Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବିଭିପି ତରଫରୁ ସଦସ୍ୟତା ଅଭିଯାନ ଆରମ୍ଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବିଭିପି ତରଫରୁ ସଦସ୍ୟତା ଅଭିଯାନ ଆରମ୍ଭ

ଶୁଳିଆପଦା: ବିଶ୍ୱର ସର୍ବବୃହତ୍ତ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦାର୍ଥୀ ପରିଷଦ ତରଫରୁ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ପରିପେକ୍ଷିରେ ଶୁଳିଆପଦା ବ୍ଲକ ଏବିଭିପି ତରଫରୁ ସ୍ଥାନୀୟ ପଞ୍ଚାୟତ ସମିତି ଡିଗ୍ରୀ କଲେଜରୁ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନ ଅଗଷ୍ଟ ୧୫ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି । ବିଶ୍ୱର ସର୍ବ ବୃହତ୍ତ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟତା ଅଭିଯାନରେ ସାମିଲ ହୋଇ ରାଷ୍ଟ୍ରୀୟ ପୁନଃ ନିର୍ମାଣରେ ସହଭାଗୀ ହେବା ପାଇଁ ବିଦ୍ୟାର୍ଥୀମାନଙ୍କୁ ମାର୍ଗଦର୍ଶନ ଦିଆଯାଇଥିଲା । ଏହି ଅଭିଯାନରେ ଏବିଭିପି ର ଜିଲ୍ଲା ସଂଯୋଜକ ଶେଖର ବେହେରା, ପଙ୍କଜ ସି, ସମୀର ମହାନ୍ତ, ପ୍ରତିମା ମହାନ୍ତ, ରଶ୍ମିତା ଦେଓ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply