Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ

ତିଗିରିଆ: ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ରବିବାର ବିଳମ୍ବିତ ରାତିରେ କାର୍ଯ୍ୟସାରି ଫେରୁଥିବା ବେଳେ ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ଛକରେ ଏକ ଚୋରା ଚାଲାଣ ହେଉଥିବା ଗୋରୁ ବୋଝେଇ ପିକଅପ୍ (ନଂ.ଓଡି୦୫ଏଇ୮୪୩୫) କୁ ଧରିଥିଲେ । ତିଗିରିଆ ପୁଲିସ ସହାୟତାରେ ଗାଡି ଟିକୁ ଜବତ କରି ତିଗିରିଆ ଥାନାକୁ ଆଣିଥିଲେ । ଭ୍ୟାନରେ ୧୮ ଟି ଅତି ନିର୍ମମ ଭାବେ ଗୋରୁ ବୋଝେଇ କରି ଚାଲାଣ ହେଉଥିବାର ଜଣାପଡିଛି । ଅତି ଅମାନୁଷିକ ଭାବେ ଗୋରୁ ଗୁଡିକୁ ଭ୍‌ଯାନ ରେ ଅଣାଯାଉ ଥିବାରୁ ସେଥି ମଧ୍ୟରୁ ଗୋଟିଏ ଗୋରୁର ମୁତ୍ୟୁ ହୋଇଥିବା ଜଣାପଡିଛି । ତେବେ ଅନ୍ୟ ସମସ୍ତ ଗୋରୁଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡିଛି । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଗାଡିର ଡ୍ରାଇଭର ସମେତ ୨ ଜଣକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ତେବେ ଏପରି ଅମାନବୀୟ ଭାବେ ଚୋରା ଗୋ ଚାଲାଣ କରୁଥିବା ଗୋ ମାଫିଆଙ୍କୁ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply