Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାଣିକୋଇଲି ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠା ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାଣିକୋଇଲି ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠା ଦିବସ

ପାଣିକୋଇଲି: ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠା ଦିବସ ଯାଜପୁର ଜିଲା ପାଣିକୋଇଲି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଜିଲାସଭାପତି ବଟକୃଷ୍ଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଯାଇଛି । ରାଜ୍ୟ ଆଶା ସଂଘର ସହ ପ୍ରଭାରୀ ମୁକ୍ତିକାନ୍ତ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂଗଠନ ସମ୍ପାଦକ ପ୍ରସନ୍ନ ସାମଲ, ଆଶା ରାଜ୍ୟ ସଭାନେତ୍ରୀ ମମତା ମହାନ୍ତି, ଜିଲା ଆଶା ସଭାନେତ୍ରୀ ପୁଷ୍ପଲତା ରାଉତ, ସମ୍ପାଦିକା ସୁଷମା ରାଉତ ଏବଂ ଜିଲାର ବିଭିନ୍ନକ୍ଷେତ୍ରର ସଭ୍ୟସଭ୍ୟା ଯୋଗ ଦେଇଥିଲେ । ସଂଘର ୬୯ତମ ପ୍ରତିଷ୍ଠା ଦିବସରେ ସଂଗଠନକୁ ଜିଲାରେ ସୁଦୃଢ କରିବା ସଙ୍ଗେ ଏକ ମନ ପ୍ରାଣ ହୋଇ କାର୍ଯ୍ୟ କରିବାକୁ ସଭାପତି ଉପସ୍ଥିତ ସଭ୍ୟମାନଙ୍କୁ ଉପଦେଶ ଦେଇଥିଲେ । ଅତିଥି ସଂଘର ପ୍ରତିଷ୍ଠା ଦିବସରେ ମହତ୍ୱ ବିଷୟରେ ଉପସ୍ଥିତ ସଭ୍ୟମାନଙ୍କୁ ବୁଝାଇଥିଲେ । ସଂଗଠନ ସମ୍ପାଦକ ଆଗାମୀ ଦିନରେ ସଂଗଠନକୁ କିଭଳି ମଜବୁତ କରାଯିବ ଆଲୋଚନା କରିଥିଲେ ।

Leave a Reply