Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଡକ୍ଟର ପତିତପାବନ ହେଲେ ‘ନିରତାର’ ନିର୍ଦ୍ଦେଶକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଡକ୍ଟର ପତିତପାବନ ହେଲେ ‘ନିରତାର’ ନିର୍ଦ୍ଦେଶକ

କଟକ: କେନ୍ଦ୍ର ସରକାରଙ୍କ ଦିବ୍ୟାଙ୍ଗଜନ ସଶକ୍ତୀକରଣ ବିଭାଗ ଅଧୀନ ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିରତାର)ର ନିୟମିତ ନିର୍ଦ୍ଦେଶକ ରୂପେ ଡକ୍ଟର ପତିତପାବନ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ଦିବ୍ୟାଙ୍ଗଜନ ସଶକ୍ତୀକରଣ ବିଭାଗ ଅଧୀନରେ ଥିବା ‘ନିରତାର’ ସମେତ ନଅଟି ଜାତୀୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସର୍ବଭାରତୀୟ ସ୍ତରରେ ବିଜ୍ଞାପନ ପ୍ରକାଶ ପାଇଥିଲା ଏବଂ ଯୋଗ୍ୟ ପ୍ରାର୍ଥୀମାନଙ୍କର ସାକ୍ଷାତକାର ନୂଆଦିଲ୍ଲୀଠାରେ ଗତ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ‘ନିରତାର’ର ନିର୍ଦ୍ଦେଶକ ପଦବୀ ପାଇଁ ସ୍ୱାସ୍ଥ୍ୟଗତ କାରଣରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଡାକ୍ତର ଶକ୍ତିପ୍ରସାଦ ଦାସଙ୍କ ସମେତ ମୋଟ୍ ୨୯ଜଣ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ନିଯୁକ୍ତି ବୋର୍ଡ଼ ସେମାନଙ୍କ ମଧ୍ୟରୁ ଡକ୍ଟର ପତିତପାବନ ମହାନ୍ତିଙ୍କୁ ଚୟନ କରିବା ସହ ଗଣପତି ଶଙ୍କରଙ୍କୁ ପ୍ରତୀକ୍ଷା ତାଲିକାରେ ରଖିଛନ୍ତି । ଡକ୍ଟର ମହାନ୍ତି ୨୦୨୨ ଜାନୁଆରୀ ପହିଲାଠାରୁ ‘ନିରତାର’ର ଭାରପ୍ରାପ୍ତ ନିର୍ଦ୍ଦେଶକ ରୂପେ କାର୍ଯ୍ୟ ତୁଲାଉଛନ୍ତି । ଫିଜିଓଥେରାପି କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରରେ ତାଙ୍କର ଖ୍ୟାତି ରହିଛି । ସେ ପ୍ରଫେସର ଡାକ୍ତର ବାଳକୃଷ୍ଣ କୁଅଁରଙ୍କ ଅଧୀନରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି. ଡିଗ୍ରୀ ହାସଲ କରିଛନ୍ତି ।

Leave a Reply