Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତୁଳସୀପୁରସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ‘ଶିଶୁ ମହୋତ୍ସବ’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତୁଳସୀପୁରସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ‘ଶିଶୁ ମହୋତ୍ସବ’

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ମହୋତ୍ସବ

କଟକ: ଶନିବାର ତୁଳସୀପୁରସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ‘ଶିଶୁ ମହୋତ୍ସବ’ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନାରାୟଣ ପ୍ରସାଦ ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ ବାଇଧର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଚିତ୍ତ ରଞ୍ଜନ ଭୁକ୍ତା ଅତିଥିଙ୍କର ପରିଚୟ ପ୍ରଦାନ କରିଥିଲେ । +୨ ବିଜ୍ଞାନ ମହାବିଦ୍ୟାଳୟର ସମ୍ପାଦକ ଶରତ କୁମାର ଦାସ ଅତିଥିଙ୍କୁ ଉପଢୌକନ ଦ୍ୱାରା ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟଅତିଥି ଆଗାମୀ ଭବିଷ୍ୟତର ବୈଜ୍ଞାନିକମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ଏହି ଅବସରରେ ଶିଶୁମାନଙ୍କ ଦ୍ୱାରା ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରକଳ୍ପ, ପୁସ୍ତକ, ପୁରୁଣା ମୁଦ୍ରା, ଡାକଟିକଟ, ବିରଳ ଖଣିଜ ପଦାର୍ଥ, ଚିତ୍ରକଳା, ହସ୍ତକର୍ମ ଓ ମୀନାବଜାର ପ୍ରଦର୍ଶିତ ହୋଇଥିଲା । ବିଜ୍ଞାନ ପ୍ରଦର୍ଶନୀରେ ୨୦୦ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ପ୍ରକଳ୍ପର ବିଚାରକ ରୂପେ ପ୍ରସନ୍ନ କୁମାର ନନ୍ଦ, ବିନୋଦ କୁମାର ମିଶ୍ର, ତପନ ସାହାଣୀ, ସୋନାକ୍ଷୀ ମହାପାତ୍ର, ଭାଗ୍ୟଶ୍ରୀ ମହାନ୍ତି, ଚିତ୍ରକଳା ଓ ହସ୍ତକର୍ମ ପ୍ରଦର୍ଶନୀର ବିଚାରକ ରୂପେ ତାପସୀ ମହାନ୍ତି ଓ ବିନ୍ଦୁସାଗର ମହାପାତ୍ର ଏବଂ ମୀନାବଜାରର ବିଚାରକ ଭାବେ ମଧୁଲିତା ମହାନ୍ତି ଓ ପୁଷ୍ପାଞ୍ଜଳି ମହାନ୍ତି ଯୋଗଦେଇଥିଲେ ।

Leave a Reply