Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାର ଉଦ୍ଘାଟନୀ ଉତ୍ସବରେ ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଅଶୋକ କୁମାର ଶତପଥୀ, ଶୈକ୍ଷିକ କମିଟିର ସଦସ୍ୟ ଶିବାଜୀ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।ମୁଖ୍ୟ ଅତିଥି ଶ୍ରୀ ଶତପଥୀ ,ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅଶୋକ କୁମାର ମିଶ୍ର(ବି.ଇ.ଓ, ଫିରିଙ୍ଗିଆ ବ୍ଲକ),ସଭାପତି ବ୍ରଜବନ୍ଧୁ ମଲ୍ଲିକ, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ, ଶୈକ୍ଷିକ କମିଟିର ସଭାପତି ବାସୁଦେବ ପ୍ରହରାଜ, ଶୈକ୍ଷିକ କମିଟିର ସମ୍ପାଦକ କୁନୁ ଭୋଇ, ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା,ପ୍ରମୁଖ ଉପସ୍ଥିତ ଥିଲେ ।ଜ୍ଞାନ ବିଜ୍ଞାନ ମେଳାରେ ମୋଟ ୧୯୨ଟି ପ୍ରକଳ୍ପରେ ଶିଶୁ ଅଂଶ ଗ୍ରହଣ କରିଥିଲେ । ଉକ୍ତ ବିଜ୍ଞାନ ମେଳାରେ ବିଚାରକ ଭାବରେ ଅଭିଜ୍ଞ ସ୍ଥାନୀୟ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ପ୍ରକଳ୍ପ ଚୟନ କରାଯାଇଥିଲା । ଅନୁଷ୍ଠାନର ବିଜ୍ଞାନ ଆଚାର୍ଯ୍ୟ ଅନୀଲ କୁମାର ସାହୁ ଓ ନିରୂପମା ପଣ୍ଡାଙ୍କ ସଂଯୋଜନା ତଥା ସମସ୍ତ ବିଜ୍ଞାନ ଆଚାର୍ଯ୍ୟ ଆଚାର୍ଯ୍ୟା ଏବଂ ଅନ୍ୟାନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା । ଉକ୍ତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ-ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତୀ ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମସ୍ତ ଆଚାର୍ଯ୍ୟ,ଆଚାର୍ଯ୍ୟା, ବାହନ ଚାଳକ, ସହଯୋଗୀ ଓ ସେବକ ସେବୀକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା ।

Leave a Reply