Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୁଲାଇ ମାସରେ ହାରାହାରି ତାପମାତ୍ରା ରେକର୍ଡ ଅତିକ୍ରମ କରିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୁଲାଇ ମାସରେ ହାରାହାରି ତାପମାତ୍ରା ରେକର୍ଡ ଅତିକ୍ରମ କରିଛି


ନୂଆଦିଲ୍ଲୀ:୨୦୨୩ ଜୁଲାଇ ମାନବ ଇତିହାସରେ ସବୁଠୁ ଉତପ୍ତ ମାସ ଭାବେ ଘୋଷଣା କରାଯାଇଛି । ଏହା ବିଶ୍ୱର ସବୁଠୁ ଉତପ୍ତ ମାସ ବୋଲି ଲିପ୍ଜିଗ ୟୁନିଭର୍ସିଟିର ଜଳବାୟୁ ବିଜ୍ଞାନୀ ଡ. କର୍ଷ୍ଟେନ ହୁଷ୍ଟେଇନ୍ କହିଛନ୍ତି । ଜୁଲାଇ ମାସରେ ହାରାହାରି ତାପମାତ୍ରା ରେକର୍ଡ ଅତିକ୍ରମ କରିଛି । ବିଶ୍ୱକୁ ଏକ ଚେତାବନୀ ଦେଇ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଟୋନିଓ ଗୁଟେରସ ଘୋଷଣା କରିଛନ୍ତି ଯେ, ଗ୍ଲୋବାଲ ୱାର୍ମିଂ ଯୁଗ ଶେଷ ହୋଇଛି ଏବଂ ଆମେ ବର୍ତମାନ ‘ବିଶ୍ୱ ଫୁଟିବା ଯୁଗରେ’ ପ୍ରବେଶ କରିଛୁ ବୋଲି କହିଛନ୍ତି । ଜୀବାଶ୍ମ ଇନ୍ଧନ ଦହନ ପୂର୍ବର ତାପମାତ୍ରାଠାରୁ ଏହା ପ୍ରାୟ ୧.୫ ଡିଗ୍ରୀ ସେଲ୍ସିୟସ୍ ଅଧିକ ରହିଛି । ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ସୀମିତ ରଖିବାକୁ ପ୍ୟାରିସ ଜଳବାୟୁ ଚୁକ୍ତିନାମାରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । ତେବେ ଜୁଲାଇରେ ତାପମାତ୍ରା ବୃଦ୍ଧିକୁ ଦେଶଗୁଡ଼ିକ ତାପମାତ୍ରାକୁ ଉକ୍ତ ସୀମା ମଧ୍ୟରେ ରଖିବାରେ ସ୍ଥାୟୀ ଭାବେ ବିଫଳ ହୋଇଥିବା କୁହାଯାଇପାରିବ ନାହିଁ । ଏଥିପାଇଁ ହାରିହାରି ଉତାପ ବୃଦ୍ଧିର ଏକ ଦୀର୍ଘମିଆଦୀ ବିଶ୍ଲେଷଣ କରିବାକୁ ପଡ଼ିବ । ତେବେ ଏକଥା ସତ ଯେ ସବୁଜ ଗୃହ ବାଷ୍ପ ନିର୍ଗମ ହ୍ରାସ ଲାଗି ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇ ନାହିଁ । ପ୍ୟାରିସ ଚୁକ୍ତିନାମା ଲକ୍ଷ୍ୟ ହାସଲରେ ବିଶ୍ୱ ବିଫଳ ହେବାକୁ ଯାଉଛି ।

Leave a Reply