Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେଶରେ ଦାରିଦ୍ର୍ୟ ହ୍ରାସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେଶରେ ଦାରିଦ୍ର୍ୟ ହ୍ରାସ


ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ପ୍ରଗତି ସମୀକ୍ଷା ରିପୋର୍ଟ-୨୦୨୩ରେ କୁହାଯାଇଛି ଦେଶରେ ଦାରିଦ୍ର୍ୟ ଗତ ୫ବର୍ଷ ମଧ୍ୟରେ ଅର୍ଥାତ ୨୦୧୫-୧୬ଠାରୁ ୨୦୧୯-୨୧ବର୍ଷ ମଧ୍ୟରେ ୨୪.୮୫ ପ୍ରତିଶତ ହ୍ରାସ ପାଇଛି । ଦେଶରେ ଦାରିଦ୍ର୍ୟ ହାର ଏବେ ୧୭.୯୭ ପ୍ରତିଶତ ରହିଛି । ଏହି ଅବଧି ମଧ୍ୟରେ ଗ୍ରାମାଚଂଳରେ ଗରିବଙ୍କ ସଂଖ୍ୟା ୩୨.୫୯ ପ୍ରତିଶତରୁ ୧୯.୨୮ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ସହରାଚଂଳରେ ଗରିବଙ୍କ ସଂଖ୍ୟା ୮.୬୫ ପ୍ରତିଶତରୁ ୫.୨୭ ପ୍ରତିଶତକୁ ହ୍ରାସ ପାଇଛି । ଦେଶରେ ଗତ ୧୫ବର୍ଷରେ ଅର୍ଥାତ ଗତ ୨୦୦୫-୦୬ ଆର୍ଥୀକ ବର୍ଷରୁ ୨୦୧୯-୨୧ ଆର୍ଥୀକ ବର୍ଷ ମଧ୍ୟରେ ୪୧.୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିବା ନେଇ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି । ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଭାରତରେ ୨୦୦୫-୦୬ ଆର୍ଥୀକ ବର୍ଷରେ ଦାରିଦ୍ର୍ୟ ହାର ୫୫.୧ ପ୍ରତିଶତ ଥିଲାବେଳେ ୨୦୧୯- ୨୧ ଆର୍ଥୀକ ବର୍ଷରେ ତାହା ୧୬.୪ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଆହୁରି କୁହାଯାଇଛି ଯେ, ୨୦୦୫-୦୬ରେ ୬୪.୫ କୋଟି ଲୋକ ବିଭିନ୍ନ ପ୍ରକାରର ଦାରିଦ୍ର୍ୟ କବଳରେ ଥିବାବେଳେ ୨୦୧୫- ୧୬ ବେଳକୁ ତାହା ୩୭ କୋଟିକୁ ଏବଂ ୨୦୧୯-୨୧ ସୁଦ୍ଧା ସେମାନଙ୍କ ସଂଖ୍ୟା ୨୩ କୋଟିକୁ ହ୍ରାସ ପାଇଛି ।

Leave a Reply