Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦୃଢ଼ ଇଚ୍ଛାଶକ୍ତି ଏବଂ ମନୋବଳ ଆଗରେ ହାର ମାନିଛି ସବୁ କିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦୃଢ଼ ଇଚ୍ଛାଶକ୍ତି ଏବଂ ମନୋବଳ ଆଗରେ ହାର ମାନିଛି ସବୁ କିଛି


ସୁନ୍ଦରଗଡ: ନିଜ ସ୍ୱାମୀ ଆରପାରିକି ଚାଲିଯିବା ପରେ ପରିବାର ପ୍ରତିପୋଷଣ ପାଇଁ ମହିଳା ଜଣକ ଅଟୋ ଚଳାଉଛନ୍ତି । ସଂସାରରେ ବଂଚିବାକୁ ହେଲେ ସଂଘର୍ଷ କରିବା ଅନିବାର୍ଯ୍ୟ ବୋଲି ତାହାର ପ୍ରମାଣ କରି ଦେଖାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଶଙ୍ଖପୋଷ ପଂଚାୟତ ଲମସୀ ଗ୍ରାମର ସବିତା ମହାନ୍ତ(୩୪) । ପରିବାର କହିଲେ ୨ ସନ୍ତାନ, ବୃଦ୍ଧ ଶ୍ୱଶୁର ଏବଂ ପିଉସୀ ଶାଶୁ । ସ୍ୱାମୀ ଯୋଗେଶ୍ୱର ମହାନ୍ତ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ବର୍ଷେ ହେବ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଛନ୍ତି । ସ୍ୱାମୀଙ୍କ ମୃତୁ୍ୟ ପରେ ସବିତାଙ୍କ ଉପରେ ଘର ଦାୟିତ୍ୱ ଅଜାଡି ହୋଇ ପଡ଼ିଥିଲା । ୪ ପ୍ରାଣୀଙ୍କୁ କିପରି ପୋଷିବେ ତାଙ୍କ ମୁଣ୍ଡରେ ଚଡ଼କ ପଡିଥିଲା । ଶେଷରେ ମନୋବଳ ଦୃଢ କରି ସ୍ୱାମୀଙ୍କ ଅଟୋକୁ ଚଳାଇ ପେଟ ପୋଷିବାକୁ ମନସ୍ଥ କଲେ । ପ୍ରଥମେ ପ୍ରଥମେ ଚଳାଇବା ପାଇଁ ଅସୁବିଧା ହୋଇଥିଲେ ମଧ୍ୟ ପରବର୍ତୀ ସମୟରେ ସବୁ ଠିକ୍ଠାକ୍ ହୋଇଯାଇଥିଲା । ବର୍ତମାନ ସେ ସମ୍ପୂର୍ଣ୍ଣ ଶିଖି ଯିବା ପରେ ସାପ୍ତାହିକ ହାଟକୁ ଲୋକଙ୍କୁ ନେବା ଆଣିବା କରିବା ସହିତ ଜିନିଷ ପତ୍ର ମଧ୍ୟ ନେବା ଆଣିବା କରୁଛନ୍ତି । ଦିନକୁ ପ୍ରାୟ ୪ରୁ୫ ଶହ ଟଙ୍କା ରୋଜଗାର ହୋଇଥାଏ । ଗାଡିର ତେଲ ଖର୍ଚ୍ଚ ଯାଇ ଯାହା ବଳେ ସେଥିରେ ୫ ପ୍ରାଣୀ କୁଟୁମ୍ବ କଷ୍ଟେ ମଷ୍ଟେ ଚଳି ଯାଉଛନ୍ତି । ପୁଅ ଝିଅକୁ କେମିତି ଉଚ୍ଚ ଶିକ୍ଷିତ କରାଇବେ ସେହି ଆଶା ନେଇ ଶିଶୁ ମନ୍ଦିରରେ ସେମାନଙ୍କୁ ପାଠ ପଢାଉଛନ୍ତି । ଝିଅ ଶିଖା ରାଣୀ ମହାନ୍ତ (୧୩) ୮ମ ଶ୍ରେଣୀରେ ପଢୁଥିବାବେଳେ ପୁଅ ସୁଜିତ (୯)୩ୟ ଶ୍ରେଣୀରେ ପାଠ ପଢୁଛନ୍ତି । ସ୍ୱାମୀ ଯୋଗେଶ୍ୱର ଜୀବିତ ଥିବା ସମୟରେ ତାଙ୍କ ପିଉସୀଙ୍କୁ ଆଣି ଘରେ ରଖି ତାଙ୍କର ସୁବିଧା ଅସୁବିଧା ସବୁ ବୁଝୁଥିଲେ । କାରଣ ସେ ଜଣେ ଅନ୍ଧ ବୃଦ୍ଧା । ତାଙ୍କର ମଧ୍ୟ ନିଜର ବୋଲି କେହି ନାହାନ୍ତି । ଯୋଗେଶ୍ୱର ଆରପାରିକୁ ଚାଲିଗଲା ପରେ ସବିତାଙ୍କ ମୁଣ୍ଡରେ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଥିଲେ ମଧ୍ୟ ସବିତା କିନ୍ତୁ ପିଉସୀ ଶାଶୁଙ୍କ ପ୍ରତି କେବେ ଅବହେଳା କରିନାହାନ୍ତି ।

Leave a Reply