Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଙ୍ଗଲାଦେଶୀ ଙ୍କ ପାଇଁ ବେରୋଜଗାର ହେଉଛି ଓଡ଼ିଆ ଶ୍ରମିକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଙ୍ଗଲାଦେଶୀ ଙ୍କ ପାଇଁ ବେରୋଜଗାର ହେଉଛି ଓଡ଼ିଆ ଶ୍ରମିକ

ବାରିପଦା : ମୁଶ୍ରୀଦାବାଦ ଓ ବଙ୍ଗଳାଦେଶୀ ଲୋକ ମାନେ ଓଡିଶାର ଉପକୂଳବର୍ତ୍ତି ଅଞ୍ଚଳରେ ଥଇଥାନ ହେବାପାଇଁ ଓଡ଼ିଶାକୁ ପ୍ରବେଶ କରୁଛନ୍ତି ଓ ଏହା ଅନବରତ ଭାବେ ଚାଲିଛି ଆସୁଅଛି । ବାରିପଦା ସ୍ଥିତ ରଘୁନାଥପୁର ସମେତ ଜିଲ୍ଲାର କୋଣ ଅନୁକୋଣରେ ବସତି ସ୍ଥାପନ କରି ହାତେଇଛନ୍ତି ରାସନ କାର୍ଡ, ଆଧାର କାର୍ଡ, ଓ ସରକାରୀ ଜମି । ଦିନକୁ ଦିନ ବଙ୍ଗଳାଦେଶୀ ଓ ମୁଶ୍ରୀଦାବାଦଙ୍କ ସଂଖ୍ୟା ବଢିବା ହେତୁ ଏମାନଙ୍କ ଆଚରଣ ହିଂସ୍ର ରୂପ ରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । କିଛି ମାସ ପୂର୍ବେ କରଞ୍ଜିଆ ଅଞ୍ଚଳରେ କିଛି ମୁଶ୍ରୀଦାବାଦ ଶ୍ରମିକ ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ବନ୍ଧା ହୋଇଥିଲେ । ଏହି ମୁଶ୍ରୀଦାବାଦ ଓ ବଙ୍ଗଳାଦେଶୀ ଶ୍ରମିକ, ଫେରିବାଲା, ଗାଁ ଗାଁ ବୁଲି ବେପାର କରିବା ଓ ଛୋଟ ବେପାର ନାଁରେ ଉପକୂଳବର୍ତ୍ତି ଅଞ୍ଚଳ ସମେତ ମଧ୍ୟ ଓଡ଼ିଶାର ଅନେକ ଜିଲ୍ଲାରେ ଥଇଥାନ ହେବାକୁ ଚେଷ୍ଟା କରୁଛନ୍ତି । ଏମାନେ ସେମାନଙ୍କର ନାମ ବଦଳାଇ, ନକଲି ପରିଚୟ ପତ୍ର ଧରି ପ୍ରବେଶ କରୁଛନ୍ତି ଓଡ଼ିଶାକୁ । ଓଡିଶାକୁ ଆସିଲା ପରେ ଆଧାର ପରିବର୍ତ୍ତନ କରି ସ୍ଥାୟୀ ବାସିନ୍ଦା ହେବା ସହିତ ସରକାରୀ ସହାୟତା ପାଉଥିବା ଗରିବ ଓଡ଼ିଆଙ୍କ ଭଳି ସେମାନେ ସମସ୍ତ ସରକାରୀ ସୁବିଧାର ସୁଯୋଗ ପାଉଛନ୍ତି । ସାଧାରଣ ଲୋକଙ୍କ ନିକଟତର ହେବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି, ଅଧିକା ମୂଲ୍ୟ ଦେଇ ଘରଭଡ଼ା ନେବା, ଶସ୍ତା ଦାମରେ ସାମଗ୍ରୀ ବିକ୍ରି କରିବା, କମ ବୟସ୍କ ପିଲା ମାନଙ୍କୁ ନିଶାଶକ୍ତ କରିବା, କାର୍ଯ୍ୟକ୍ରମରେ ଅର୍ଥ ଦାନ କରି ବଦାନ୍ୟତା ପ୍ରଦର୍ଶନ କରିବା ଇତ୍ୟାଦି ରୋକିବା ପାଇଁ ନିଜ ନିଜ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରିବା ସହିତ ଓଡ଼ିଶାର ଅନେକ ସ୍ଥାନରୁ ଏମାନଙ୍କୁ ଗିରଫ କରା ଯାଉଛି । ଓଡ଼ିଶା ଲୋକଙ୍କୁ ଓଡ଼ିଶାରେ ରୋଜଗାର ମିଳୁନାହିଁ ନଥିବା ବେଳେ ଓଡିଶା ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ, ଅଥଚ ନିଜ ରାଜ୍ୟର କିଛି ଠିକାଦାର ମୁଶ୍ରୀଦାବାଦ ମିସ୍ତ୍ରିଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଏମାନେ ଓଡ଼ିଶାର ରାଜନୈତିକ ଓ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଓଡ଼ିଶାକୁ ଆସୁଛନ୍ତି ଓ ଆମ ସମ୍ବିଧାନକୁ ବ୍ୟବହାର କରି ନିଜ ସ୍ୱାର୍ଥହାସଲ କରୁଥିବାର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା । ଯେଉଁଥି ପାଇଁ ମୂଲ୍ୟବୃଦ୍ଧି, ଜନସଂଖ୍ୟା ବୃଦ୍ଧି ଘଟୁଛି ଓ ଆଗକୁ ଘଟିବ ମଧ୍ୟ । ଜନସାଧାରଣଙ୍କ ସହଯୋଗ ତଥା ପ୍ରଶାସନର ହସ୍ତକ୍ଷେପ ନ ହେଲେ ଏହି ମୁଶ୍ରୀଦାବାଦ ମାନଙ୍କୁ କେବେ ରୋକି ପାରିବ ନାହିଁ । ଯେଉଁ ମାନେ ଏମାନଙ୍କୁ ସଂରକ୍ଷଣ ଦେଉଛନ୍ତି ସେମାନଙ୍କୁ ମଧ୍ୟ ବିରୋଧ କରିବା ଓ ସେମାନଙ୍କ ବିଷୟରେ ସମାଜ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପ୍ରତ୍େୟକ ମୂଳ ଓଡ଼ିଆ ନାଗରିକ ମାନଙ୍କ କର୍ତ୍ତବ୍ୟ । ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଠେଲି ଦେବା ଆଗରୁ ସତର୍କତା ଓ ସଜଗତା ଆପଣେଇବା ବୋଲି ଜନସାଧରଣରେ ଚର୍ଚ୍ଚାର ବିଷୟ । ତେବେ ମୟୁରଭଞ୍ଜ ଜିଲ୍ଲାର ବାରିପଦା, ମୋରୋଡା, ବାଙ୍ଗରିପୋଷି, ବିଶୋଇ, ଯଶୀପୁର, ରାଇରଙ୍ଗପୁର, କରଞ୍ଜିଆ, ଠାକୁରମୁଣ୍ଡା, ଉଦଳା, କପ୍ତିପଦା, ବେତନଟୀ, ବଡ଼ସାହି, କୁଳିଅନା ଅଞ୍ଚଳ ମାନଙ୍କରେ ରହି ବିଭିନ୍ନ ଜିନିଷ ନେଇ ଗାଁ ଗାଁ ଦିନ ବେଳେ ବୁଲି ବୁଲି ବେପାର କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମେ ଭଡା ଘରେ ରହିବା ପରେ ହାତଉଛନ୍ତି ଆଧାର ଆଉ ଭୋଟର କାର୍ଡ । ସ୍ଥାୟୀ ବାସିନ୍ଦା ପତ୍ର ପାଇ ପାରିଲା ପରେ ରାସନ କାର୍ଡ ଓ ଶ୍ରମ କାର୍ଡ କରି ନେଇଥିବାର ନଜିର ରହିଛି । ରାତି ହେଲେ ଚୋରି ଡକାୟତି କରି ଫେରାର ହେଉଥିବା ଘଟଣା ବିଭିନ୍ନ ଗଣମାଧ୍ୟମ ଖବରକାଗଜ ରେ ପ୍ରକାଶିତ ହେଉଥିଲେ ମଧ୍ୟ ପ୍ରସାସନ ଏ ଦିଗରେ ଦୃଷ୍ଟି ପଡୁନାହିଁ । ଅନ୍ୟ ପଟେ ଓଡ଼ିଶାର ଲୋକେ କାମ ନ ପାଇ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମକରିବାକୁ ଯାଉଛନ୍ତି କିନ୍ତୁ ପଶ୍ଚିମବଙ୍ଗ, ମୁର୍ସିଦାବାଦୀ ଲୋକ ମାନେ ଆସି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାମ ଆଳରେ ଲୋକଙ୍କ ଝିଅ ବହୁ ଉପରେ କୋପ ଦୃଷ୍ଟି ଦେଇ ରାତାରାତି ନେଇ ଛୁ ମାରୁଛନ୍ତି । ବହୁ କ୍ଷେତ୍ରରେ ନିଜର କାମନା ବାସନା ମେଣ୍ଟାଇ ସାରି ଛାଡି ଦେଉଛନ୍ତି । ତେବେ ଏ ଦିଗରେ ପ୍ରସାସନ ଦୃଷ୍ଟି ଆକର୍ଷଣ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୃଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave a Reply