Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କ ଖାତାକୁ ଆସିଲା ଟଙ୍କା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କ ଖାତାକୁ ଆସିଲା ଟଙ୍କା

ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କ ଖାତାକୁ ଆସିଲା ଟଙ୍କା । ପିଏମ୍ କିଷାନ ସମ୍ମାନ ନିଧିର ୧୪ତମ କିସ୍ତି ଆକାରରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ହଜାର ଲେଖାଏଁ ଟଙ୍କା ଆସିଛି । ରାଜସ୍ଥାନର ସିକରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ, ପ୍ରାୟ ସାଢ଼େ ୮ହଜାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୭ ହଜାର କୋଟି ଟଙ୍କା ଯାଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି ।ପିଏମ କିଷାନ ଯୋଜନାରେ ଓଡିଶାରୁ ପ୍ରାୟ ୨୩ଲକ୍ଷ ଚାଷୀ ଉପକୃତ ଟଙ୍କା ପାଇଥିବା କୁହାଯାଉଛି । ଏଥିସହ ଚାଷୀଙ୍କ ଉନ୍ନତି ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ଉଦଘାଟନ କରିଛନ୍ତି । ଦେଶବ୍ୟାପୀ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୨୫ ହଜାର କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରରେ ଚାଷ ଉପଯୋଗୀ ଯନ୍ତ୍ରପାତି ରହିବ, କର୍ମଶାଳା ହେବ । ଚାଷୀଙ୍କୁ ସଚେତନ କରାଯିବ, ବିହନ କେନ୍ଦ୍ର ହେବ ।

Leave a Reply