Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏକଲ ଅଭିଯାନର ଆଚାର୍ଯ୍ୟା ଅଭ୍ୟାସ ବର୍ଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏକଲ ଅଭିଯାନର ଆଚାର୍ଯ୍ୟା ଅଭ୍ୟାସ ବର୍ଗ

ବାରିପଦା: ଅଭିଯାନର ବାରିପଦା ଅଂଚଳ, ଉଦଳା କେନ୍ଦ୍ର ଅଧିନରେ ପରିଚାଳିତ ବାଲେଶ୍ୱର ଜିଲ୍ଲାର ଖଈରା, ଔପଦା ଓ ଈଶ୍ୱରପୁର ସଂଚର ବାର୍ଷିକ ଆଚାର୍ଯ୍ୟା ଅଭ୍ୟାସ ବର୍ଗ ଗଣ୍ଡିବେଡ଼ସ୍ଥିତ ଅଭିରାମ ପରମହଂସ ଆଶ୍ରମ ପରିସରରେ ଚଳିତ ଜୁଲାଇ ୧୬ ତାରିଖ ଠାରୁ ଆରମ୍ଭ ହୋଇ ୨୫ ତାରିଖରେ ଉଦ୍ୟାପିତ ହୋଇ ଯାଇଛି । ୧୦ ଦିନ ଧରି ଚାଲିଥିବା ଏହି ଅଭ୍ୟାସବର୍ଗକୁ ଗୀତାପ୍ରଭାସିନି ପାଢ଼ି, ସରସ୍ୱତୀ ବିଶ୍ୱାଳ, ଆରତୀ ପରିଡ଼ା ଓ ମୃତୁ୍ୟଞ୍ଜୟ ଶଙ୍ଖୁଆ ଆୟୋଜନର ନେତୃତ୍ୱ ନେଇଥିବା ବେଳେ ଅଭିଯାନ ପ୍ରମୁଖ ମହେନ୍ଦ୍ର ମାର୍ଣ୍ଡି, ସମ୍ଭାଗ ପ୍ରମୁଖ ସୁକେଶ ବେହେରା, ସମ୍ବାଦ ପ୍ରମୁଖ ଚୌଧୁରୀ ମହାନ୍ତ, ପ୍ରାଥମିକ ଶିକ୍ଷା ପ୍ରମୁଖ ବେଣୁଧର କଂଟାବାଉଁଶିଆ ପଂଚମୁଖୀ ଶିକ୍ଷା ବିଷୟରେ ତାଲିମ ପ୍ରଦାନ କରିଥିଲେ । ଆଶ୍ରମର ମହନ୍ତ ଯୋଗାନନ୍ଦ ଦାସ ନିୟମିତ ସତସଂଗରେ ପ୍ରବଚନ ଦେଉଥିଲେ । ସେହିପରି ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି ସୂଚନା ଅଧିକାର ଆଇନ ସମ୍ପର୍କରେ ତାଲିମ ପ୍ରଦାନ କରିବା ସହ କାହାରିକୁ ଭୟ ନକରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନଙ୍କୁ ସୂଚନା ମାଗିବାକୁ ପରାମର୍ଶ ଦେଇଥିଲେ । ଅତିଥି ଭାବରେ ବିଭିନ୍ନ ଦିବସ ମାନଙ୍କରେ ବିଶ୍ୱହିନ୍ଦୁ ପରିଷଦର ହରିହର ତ୍ରୀପାଠୀ, ଶିବାନି ମହାନ୍ତି, ଠାକୁର ରଣଜିତ ଦାସ, ସୁରେନ୍ଦ୍ର ରାଉତ, ଗୋଲକ ପ୍ରସାଦ ନାୟକ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ୫୦ରୁ ଉର୍ଦ୍ଧ ଆଚାର୍ଯ୍ୟା ଏଥିରେ ତାଲିମ ନେଇଥିବା ବେଳେ ସମସ୍ତେ ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ପାଇଁ ଶପଥ ପାଠ କରିଥିଲେ ।

Leave a Reply