Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଥମଥର ପାଇଁ ଓଡ଼ିଆରେ ରାୟ ପ୍ରକାଶ କଲେ ହାଇକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଥମଥର ପାଇଁ ଓଡ଼ିଆରେ ରାୟ ପ୍ରକାଶ କଲେ ହାଇକୋର୍ଟ

କଟକ- ପ୍ରଥମ ଥର ପାଇଁ ଓଡ଼ିଆରେ ରାୟ ପ୍ରକାଶ କଲେ ହାଇକୋର୍ଟ । ୪୧ ପୃଷ୍ଠାର ରାୟ ପ୍ରକାଶ କରିଛନ୍ତି ଜଷ୍ଟିସ ଡ଼ଃ ଏସ କେ ପାଣିଗ୍ରାହୀ । ହାଇକୋର୍ଟର ୭୫ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆରେ ରାୟ ପ୍ରକାଶ କରାଯାଇଛି ।ଓଡ଼ିଶା ହାଇକୋର୍ଟ ସହ ଯୋଡି ହୋଇଛି ନୂଆ କୀର୍ତ୍ତିମାନ । ହାଇକୋର୍ଟର ଏକ ମାମଲାର ଶୁଣାଣି କରି ଓଡ଼ିଆରେ ରାୟ ପ୍ରକାଶ କରିଛନ୍ତି ଜଷ୍ଟିସ ଡ଼ଃ ଏସ କେ ପାଣିଗ୍ରାହୀ । ଜଷ୍ଟିସ ଡ଼ଃ ଏସ କେ ପାଣିଗ୍ରାହୀଙ୍କ ଖଣ୍ଡପୀଠ ଓଡ଼ିଆ ଭାଷାରେ ଏକ ରିଟ୍ ଆବେଦନର ରାୟ ପ୍ରକାଶ କରିଛନ୍ତି । ଜୁଲାଇ ୧୯ରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖାଯାଇଥିଲା ।ପୂର୍ବରୁ ଓଡ଼ିଶା ହାଇକୋର୍ଟଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଞ୍ଚଳିକ ଭାଷାରେ ରାୟ ପ୍ରକାଶ କରିବା ପାଇଁ ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ସୁପ୍ରିମକୋର୍ଟ ମଧ୍ୟ ବିଭିନ୍ନ ମାମଲାର ରାୟ ଆଞ୍ଚଳିକ ଭାଷାରେ ପ୍ରକାଶ କରୁଛନ୍ତି ବୋଲି ପ୍ରଧାନ ବିଚାରପତି କହିଥିଲେ । ତେବେ ଏଭଳି ପରାମର୍ଶକୁ ଗ୍ରହଣ କରି ଓଡ଼ିଶା ହାଇକୋର୍ଟ ଓଡ଼ିଆ ଭାଷାରେ ରାୟ ପ୍ରକାଶ କରିଛନ୍ତି ।

Leave a Reply