Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ

କଟକ- କଟକକୁ ବିଶ୍ୱ ପ୍ରସିଦ୍ଧ ପାଇଁ ଏସ୍ସିବିର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଏବଂ ହସ୍ପିଟାଲ । ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି ।ଆଜି ଏସ୍ସିବି ମେଡିକାଲ୍ କଲେଜ ଏକ ମିନି ଇଣ୍ଡିଆ । ମୋ ବିଚାରରେ ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ ବୋଲି ଏସ୍ସିବି ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲର ବାର୍ଷିକ ଉତ୍ସବକୁ ସମ୍ବୋଧିତ କରି ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି, ଡାକ୍ତର, ଶିକ୍ଷକ ଏବଂ ଓକିଲଙ୍କୁ ଗାଁ ଗହଳିରେ ଭଗବାନ ମାନନ୍ତି । ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦୀ ହେବା ଆବଶ୍ୟକ । ଡାକ୍ତରଙ୍କୁ ନରରୂପୀ ନାରାୟଣ କୁହାଯାଇଥାଏ । ଯେ କେହି ଲୋକଙ୍କ ସେବା କରି ପାରିବେ, କିନ୍ତୁ ଯନ୍ତ୍ରଣା ଦୂର କରି ପାରିବେନି । କେବଳ ଜଣେ ଡାକ୍ତର ହିଁ ଲୋକଙ୍କ ଯନ୍ତ୍ରଣା ଦୂର କରି ପାରିବେ । ଡାକ୍ତରଙ୍କ ପାଇଁ ଲୋକଙ୍କ ଆୟୁ ବଢିଛି । ମାତୃ ଶିଶୁ ମୃତ୍ୟୁହାର କମିଛି । ଡାକ୍ତରଙ୍କ ପାଇଁ ଆମେ ବହୁମୂଲ୍ୟ ଜୀବନ ବଞ୍ଚାଇ ପାରିଛୁ । ରୋଗୀ ସେବା ଭଳି ଗବେଷଣା ମଧ୍ୟ ମେଡିକାଲ୍ ସାଇନ୍ସରେ ଜରୁରୀ । ରୋଗୀକୁ ଔଷଧ ଲେଖିବା ଭଳି ଔଷଧ ବାହାର କରିବା ବି ଗୁରୁତ୍ୱପୂର୍ଣ୍ଣ । ଔଷଧ ବାହାର କରି ନୋବେଲ୍ ପୁରସ୍କାର ପାଇବାକୁ ରାଷ୍ଟ୍ରପତି ଆହ୍ୱାନ କରିଛନ୍ତି । ଏହା ପୂର୍ବରୁ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିବେ । ଇଣ୍ଡୋର ଷ୍ଟାଡିୟମରେ ରାଷ୍ଟ୍ରପତି ହାଇକୋର୍ଟର ୭୫୍ୱର୍ଷ ପୂର୍ତ୍ତି ପାଳନ ଉତ୍ସବରେ ଯୋଗଦେଇଥିଲେ । ଏଠାରେ ରାଷ୍ଟ୍ରପତି କହିଛନ୍ତି ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିଦେ୍ର୍ଦାଷଙ୍କୁ ସହାୟ ହେବ । ତ୍ୱରିତ ନ୍ୟାୟ ଦେଇ ଓଡ଼ିଶା ହାଇକୋର୍ଟ ଉଦାହରଣ ସାଜୁ ବୋଲି ପୂର୍ବରୁ କହିଥିବା ରାଷ୍ଟ୍ରପତି ପ୍ରକାଶ କରିଛନ୍ତି । ସମାଜର ଅନେକ ବର୍ଗ ଆଇନ କାନୁନ ବିଷୟରେ ସଚେତନ ନୁହଁନ୍ତି । ଆର୍ଥôକ ଦୁଃସ୍ଥିତି ପାଇଁ ନ୍ୟାୟାଳୟ ପାଖରେ ପହଞ୍ଚିବା ସାମର୍ଥ୍ୟ ନଥାଏ । ବଞ୍ଚିତ ବର୍ଗଙ୍କୁ କିଭଳି ନ୍ୟାୟ ମିଳିବ, ଆମର କର୍ତ୍ତବ୍ୟ ହେବା ଉଚିତ । ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦ୍ୱାରା ମାଗଣା ଆଇନ ସହାୟତା ମିଳୁଥିବା ଜାଣି ଖୁସି । ଅନେକ ଆଇନଜୀବୀ ବି ମାଗଣା ଆଇନ ସହାୟତା ଦେଉଛନ୍ତି । ଏହାଦ୍ୱାରା ସାଧାରଣ ଲୋକ ସହଜରେ ନ୍ୟାୟ ପାଇବେ ବୋଲି ଆଶା ବୋଲି ରାଷ୍ଟ୍ରପତି କହିଥିଲେ ।

Leave a Reply