ଜ୍ଞାନବାପୀ- ମା ଶୃଙ୍ଗାର ଗୌରୀ ମାମଲାରେ ଏଏସ୍ଆଇ ସର୍ଭେକୁ ମିଳିଲା ମଞ୍ଜୁରୀ

ବାରାଣସୀ : ଜ୍ଞାନବାପୀ-ମା’ ଶୃଙ୍ଗାର ଗୌରୀର ମୂଳ ବାଦରେ ସିଲ୍ କରାଯାଇଥିବା ବଜୁଖାନାକୁ ଛାଡ଼ି ବ୍ୟାରିକେଡିଂ ହୋଇଥିବା ଭାଗର ଭାରତୀୟ ପୁରାତତ୍ୱ ସର୍ବେକ୍ଷଣ(ଏଏସ୍ଆଇ) ଜରିଆରେ ରାଡାର ଟେକ୍ନିକରେ ସର୍ଭେ କରିବାର ରାସ୍ତା ସଫା ହୋଇଛି । ବାରାଣସୀର ଜିଲ୍ଲା ଜଜ୍ ଡା. ଅଜୟ କୃଷ୍ଣ ବିଶ୍ୱେଶର ଅଦାଲତରେ ଶୁକ୍ରବାରକୁ ସମସ୍ତ ପକ୍ଷର ଉପସ୍ଥିତିରେ ଏହି ଆଦେଶ ଦେଇଛି । ଏହା ପୂର୍ବରୁ ପରିସରରେ ମିଳିଥିବା ଶିବଲିଙ୍ଗ ଭଳି ଆକୃତିର ବୈଜ୍ଞାନିକ ସର୍ଭେର ଆଦେଶ ଉପରେ ସୁପି୍ରମ କୋର୍ଟ ଆସନ୍ତା ଶୁଣାଣୀ ପର୍ଯ୍ୟନ୍ତ ରୋକ୍ ଲଗାଇଛି । ଏଥିରେ ଶିବଲିଙ୍ଗ ଅଂଚଳ ମାନେ ବଜୁଖାନାକୁ ଛାଡ଼ି ବାକି ଅଂଚଳର ସର୍ଭେ କରାଯିବ । ଜିଲ୍ଲା ଅଦାଲତ ଏଏସ୍ଆଇର ନିଦେ୍ର୍ଦଶକକୁ ସର୍ଭେ ପାଇଁ ଆଦେଶ ଦେଇଛି । ଅଦାଲତ କହିଛନ୍ତି ଯେ ବିନା କୌଣସି କ୍ଷତି ପହଂଚାଇ ସେ ବୈଜ୍ଞାନିକ ଉପାୟରେ ସର୍ଭେ କରିବେ । କୋର୍ଟ ଏଏସ୍ଆଇର ନିଦେ୍ର୍ଦଶକକୁ ଚାରି ଅଗଷ୍ଟ ପର୍ଯ୍ୟନ୍ତ ସର୍ଭେ ପାଇଁ ଟିମ୍ ଗଠିତ କରିବାକୁ ଆଦେଶ ଦେଇଛି । ଏହା ପୂର୍ବରୁ ୧୪ ଜୁଲାଇକୁ ମାମଲାର ଶୁଣାଣୀ ପୁରା କରି ଜିଲ୍ଲା ଜର୍ଜ ଫୈସଲା ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇଥିଲା । ନ୍ୟାୟାଳୟର ନିଷ୍ପତିକୁ ହିନ୍ଦୁ ପକ୍ଷ ବଡ଼ ଜିତ୍ ବୋଲି ସ୍ୱୀକାର କରିଛି । ହିନ୍ଦୁ ପକ୍ଷର ଅଧିବକ୍ତା ବିଷ୍ଣୁ ଶଙ୍କର ଜୈନ ସାମ୍ବାଦିକଙ୍କୁ କହିଛନ୍ତି ପୁରା ଅଂଚଳର ଏଏସ୍ଆଇ ସର୍ଭେ କରିବା ଦରକାର । ଆଜି ନ୍ୟାୟାଳୟ ଆମର ସେହି ଆବେଦନ ଉପରେ ସହମତି ଦେଇଛି ଏବଂ ଏବେ ସର୍ଭେ ଏହି ମାମଲାର ଦିଗ ନିର୍ଦ୍ଧାରଣ କରିବ । ସେ କହିଛନ୍ତି ଯେ ଶିବଲିଙ୍ଗ ଭଳି ଆକୃତିର ସର୍ଭେ ହେବନାହିଁ । ଏହାର ମାମଲା ସୁପି୍ରମକୋର୍ଟରେ ବିଚାରାଧିନ ଅଛି । ଉଲ୍ଲେଖନୀୟ ଯେ ହିନ୍ଦୁ ପକ୍ଷର ଚାରି ମହିଳା ଲକ୍ଷ୍ମୀ ଦେବୀ, ସୀତା ସାହୁ, ମଞ୍ଜୁ ବ୍ୟାସ ଏବଂ ରେଖା ପାଠକ ୧୬ ମଇକୁ ଜିଲ୍ଲା ଜଜ୍ଅଦାଲତରେ ଅର୍ଜି ଦେଇ ଅପିଲ କରିଥିଲେ ଯେ ସିଲ୍ ବଜୁଖାନା କୁ ଛାଡ଼ି ଶେଷ ସମସ୍ତ ଭାଗର ବୈଜ୍ଞାନିକ ଉପାୟରେ ସର୍ଭେ କରାଯାଉ । ସର୍ଭେରେ ଶିବଲିଙ୍ଗ ପରି ଆକୃତି ମିଳିଥିଲା । ଏଏସ୍ଆଇ ସର୍ଭେରେ ଏହା ସ୍ପଷ୍ଟ ହୋଇଯିବ ଯେ ଜ୍ଞାନବାପୀର ବାସ୍ତବିକତା କ’ଣ ।

Leave a Reply

Your email address will not be published. Required fields are marked *