Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ବଲପୁରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରାକୁ ବନ୍ଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ବଲପୁରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରାକୁ ବନ୍ଦ

ସମ୍ବଲପୁର-ସମ୍ବଲପୁରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରାକୁ ବନ୍ଦ କରାଯାଇଛି । ଶାନ୍ତି କମିଟି ବୈଠକରେ ହୋଇଛି ଏହି ନିଷ୍ପତ୍ତି । ସମ୍ବଲପୁର ଏସପି ମୁକେଶ ଭାମୁ ଏହି ସୂଚନା ଦେଇଛନ୍ତି । ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଓ ମହରମ ଅବସରରେ ବିଶାଳ ଶୋଭାଯାତ୍ରାର ଆୟୋଜନ ହୋଇଥାଏ । ଆଗକୁ ମହରମ ଆସୁଥିବା ବେଳେ ସେଥିପାଇଁ ଆଜି ପ୍ରଶାସନ ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ଜିଲ୍ଲାପାଳ ଓ ଏସ୍ପିଙ୍କ ଉପସ୍ଥିତିରେ ବିଭିନ୍ନ ସଂପ୍ରଦାୟକୁ ନେଇ ଗଠିତ ଶାନ୍ତି କମିଟିର ସଦସ୍ୟମାନେ ଏଥିରେ ଉପସ୍ଥିତ ରହିଥିଲେ । ମହରମକୁ କିପରି ଶାନ୍ତିଶୃଙ୍ଖଳାର ସହିତ ପାଳନ କରାଯିବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଆଉ ଏହି ବୈଠକରେ ବର୍ଷେ ପାଇଁ ସମସ୍ତ ପ୍ରକାର ଶୋଭାଯାତ୍ରାକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ଅବସରରେ ଅଶାନ୍ତ ହୋଇଯାଇଥିଲା ସମ୍ବଲପୁର ସହର । ସହରରେହୋଇଥିଲା ସାଂପ୍ରଦାୟିକ ହିଂସାକାଣ୍ଡ । ପୋଡ଼ାଜଳା ହୋଇଥିଲା । କର୍ଫ୍ୟୁ ଲାଗିଥିଲା । କର୍ଫ୍ୟୁ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିଲା । ଏହି ଘଟଣାରେ ଅନେକ ଲୋକ ଜେଲ୍ ଯାଇଥିଲେ । କିଛି ଲୋକ ବାହାରି ଆସିଥିବା ବେଳେ ଆଉ କିଛି ଏବେ ବି ଜେଲ୍ରେ ଅଛନ୍ତି । ତେବେ ଏହି ଘଟଣାର ଯେପରି ପୁନରାବୃତ୍ତି ନହେବ ଓ ସହରରେ ସାଂପ୍ରଦାୟିକ ସଦ୍ଭାବନା ବଜାୟ ରଖିବା ପାଇଁ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା ନ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ସମସ୍ତ ପର୍ବପର୍ବାଣକୁ ଲୋକେ ହର୍ଷୋଲ୍ଲାସିତ ଭାବେ ପାଳନ କରିପାରିବେ ବୋଲି କୁହାଯାଇଛି ।

Leave a Reply