Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର

ଭଦ୍ରକ : ଦୀର୍ଘ ୫ ବର୍ଷ ହେବ ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିଛି । ନେତୃତ୍ୱର ଭୃଣ ହତ୍ୟା କରୁଛନ୍ତି ଓଡ଼ିଶା ସରକାର । ବିଭିନ୍ନ ପ୍ରକାର ବାହାନା ଦେଖାଇ ମହାବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଆଣିବା ପାଇଁ ନିର୍ବାଚନ ବନ୍ଦ କଥା ରାଜ୍ୟ ସରକାର କହିଥିଲେ । କିନ୍ତୁ ଶୈକ୍ଷିକ ବାତାବରଣର ଉଦହାରଣ କଣ ଉକ୍ରଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ‘ନାକ୍’ ଗ୍ରେଡ୍ କମିବା ମହର୍ଷି ମହାବିଦ୍ୟାଳୟ, ବିଜେବି କଲେଜରେ ଅଣଛାତ୍ର ମାନଙ୍କ ଆତଙ୍କରାଜ, ଗଞ୍ଜାମ୍ର ବିନାୟକ ଆଚାର୍ଯ୍ୟ କଲେଜରେ ଛାତ୍ରଛାତ୍ରୀଙ୍କୁ ର୍ୟାଗିଂ କରିବା ଘଟଣାରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ୍ କମିଟି କନ୍ଭେନ୍ରଙ୍କ ସମ୍ପୃକ୍ତି ଓ କ୍ୟାମ୍ପସକୁ ଗୁଣ୍ଡାରାଜ ଦ୍ୱାରା ଚଳାଇବା ପାଇଁ ରାଜ୍ୟରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରଖା ଯାଇଛି କି ବୋଲି ଆଜି ଗାନ୍ଧୀ ପଡ଼ିଆ ସ୍ଥିତ ସୀତାରାମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳା ଏବିଭିପି ପକ୍ଷରୁ ପ୍ରଶ୍ନ କରାଯାଇଛି । ଏବିଭିପି ଜିଲ୍ଳା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଳା ସଂଯୋଜକ ଜ୍ୟୋତିପ୍ରକାଶ ସାହୁ, ଜିଲ୍ଲା ସହସଂଯୋଜକ ଅରବିନ୍ଦ ଷଡଙ୍ଗୀ, ବାଲେଶ୍ୱର ବିଭାଗ ସହସଂଯୋଜକ ବିଶ୍ୱନାଥ ଲାହା, ବାଲେଶ୍ୱର ବିଭାଗ ସହଛାତ୍ରୀ ପ୍ରମୁଖ ପାର୍ବତୀ ମିଶ୍ର, ଭଦ୍ରକ ନଗର ସହସମ୍ପାଦକ ରାହୁଲଦେବ ସାହୁ, ଭଦ୍ରକ ନଗର ଉପସଭାପତି ଇନ୍ଦ୍ରଜିତ୍ ଦାସ ପ୍ରମୁଖ ଆଜି ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଥିଲେ କି ଏବେ ଗୋଟିଏ ଦୃଶ୍ୟ ସାମ୍ନାକୁ ଆସୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନଙ୍କୁ ଅଧ୍ୟକ୍ଷ ମାନେ ବସରେ ସଭାକୁ ନେଉଛନ୍ତି । ନିକଟ ଅତୀତରେ ଢେଙ୍କାନାଳ ମଠକରଗୋଳା କଲେଜର ବିଦ୍ୟାର୍ଥୀମାନଙ୍କୁ ନେଇ ପାଣ୍ଡାଆନଙ୍କ ସଭାକୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହେଲା । ଆଜକୁ ଚାରି ଦିନ ତଳେ ପାଣ୍ଡିଆନ୍ଙ୍କ ସମ୍ବଲପୁର ଜିଲ୍ଲା ଗସ୍ତରେ କଲେଜ ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷା ବାତିଲ କରାଇ ବସରେ ପଠା ଯାଉଥିଲା ଯାହାକୁ ଏବିଭିପି ଜୋରଦାର୍ ବିରୋଧ କରିଛି । ପ୍ରଶ୍ନ ଉଠୁଛି ଏହି ସବୁ ଘଟଣାରେ ଦାୟୀ କିଏ ରହିବ? କାହା ପ୍ରରୋଚନାରେ କଲେଜ ଅଧ୍ୟକ୍ଷ ମାନେ ବିଜୁ ଛାତ୍ର ଜନତା ଦଳ ଅଧ୍ୟକ୍ଷ ଭଳି ସଚିବଙ୍କ କାର୍ଯ୍ୟକ୍ରମକୁ ସଂଖ୍ୟା ଯୋଗାଡ଼ କରୁଛନ୍ତି ବୋଳି ସମ୍ମିଳନୀରେ ପ୍ରଶ୍ନ କରାଯାଇଥିଲା । ଆଜି ରାଜ୍ୟରେ ଅଧ୍ୟାପକ ପଦବୀ ଖାଲି ପଡିଛି । କ୍ୟାମ୍ପସରେ ଦୁର୍ନୀତି ବଢିବାରେ ଲାଗିଛି । ବାଙ୍କୀ କଲେଜରେ ଗ୍ୟାଲେରୀ ଭୁଶୁଡ଼ିଯାଉଛି, ରମାଦେବୀ ବିଶ୍ୱବିଦ୍ୟାଳୟର ‘୫ଟି’ ପାଚେରୀ ଭୁଶୁଡ଼ିଯାଉଛି, ଭଦ୍ରକ କଲେଜରେ ଜାଲ ସାର୍ଟିଫିକେଟ୍ ଘଟଣା ସାମ୍ନାକୁ ଆସିଲା । କ୍ୟାମ୍ପସ୍ରେ ଥିବା ମାଳମାଳ ସମସ୍ୟାର ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ଜିଲ୍ଲା ସଂଯୋଯକ ଜ୍ୟୋତି ପ୍ରକାଶ ସାହୁ କହିଥିଲେ । କିଛିଦିନ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏଇ ବିଷୟରେ ଚର୍ଚ୍ଚା ହେଲା କି? ରାଜ୍ୟର ଶିକ୍ଷା ସମସ୍ୟା ବିଷୟରେ ସ୍ୱର ଉେ ।ଳନ କରିବ କି ବିଜୁ ଛାତ୍ର ଜନତା ଦଳ ବୋଲି ପ୍ରଶ୍ନ କରିବ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ଦାବି କରିଥିଲେ ଯେ ତୁରନ୍ତ ରାଜ୍ୟ ସରକାର ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ, ରାଜ୍ୟର ଶିକ୍ଷା ସମସ୍ୟାର ସମାଧାନ କରନ୍ତୁ, ବିଭିନ୍ନ କଲେଜରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ କରନ୍ତୁ ଓ ସଚିବଙ୍କ ପାଇଁ କଲେଜ ଅଧ୍ୟକ୍ଷ ମାନଙ୍କ ସଂଖ୍ୟା ଯୋଗାଡ କରିବା ବନ୍ଦ କରନ୍ତୁ । ଅନ୍ୟଥା ଆଗାମୀ ଦିନରେ ସମସ୍ୟାର ସମାଧାନ ନ ହେଲେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ରାଜ୍ୟ ସରକାରଙ୍କ ବିରୋଧରେ ଆନେ୍ଦାଳନ ହେବ ଓ ଭଦ୍ରକ ଜିଲ୍ଲାର ୧୦ ଟି ଛାତ୍ର ସଂସଦ ନିର୍ବାଚନ ହେଉଥିବା କଲେଜ ମାନଙ୍କରେ ଦସ୍ତଖତ ଅଭିଯାନ କରାଯିବ ବୋଲି ଆୟୋଜିତ ସମ୍ମିଳନୀରେ ସରକାରଙ୍କୁ ଚେତାବନୀ ଦିଆ ଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦୁର୍ଗାଶଙ୍କର ଜେନା, ଦେବାଶିଷ ଲାହା, ଆକାଶ ପଣ୍ଡା, ହିମାଂଶୁ ମହାରଣା, ଓଁମ୍କାର ମହାନ୍ତି, ପ୍ରଶାନ୍ତ ସିଂ, ଆଲୋକ ଦାସ, ଗୋପାଳ ଗୋଚ୍ଛାୟତଙ୍କ ସମେତ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave a Reply