ଛାତ୍ର ସଂସଦ ନିର୍ବାଚନ ଘୋଷଣା ନକଲେ ଆନେ୍ଦାଳନକୁ ଓହ୍ଲାଇବ ଏବିଭିପି

ବାରିପଦା: ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବା ସହିତ ରାଜ୍ୟର ଶିକ୍ଷା ବ୍ୟବସ୍ଥା କୁ ସଜାଡ଼ିବା ଏବଂ ଶିକ୍ଷା ସମସ୍ୟା ର ସମାଧାନ ,ଅ୍ମାପକ ପଦବୀ ପୂରଣ ତଥା ସଚିବଙ୍କ ପାଇଁ କଲେଜ ଅ୍ମକ୍ଷ ମାନଙ୍କ ଦ୍ୱାରା ସଂଖ୍ୟା ଯୋଗାଡ଼ ବନ୍ଦ କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛି ଏବିଭିପି,ଅନ୍ୟଥା ସରକାରଙ୍କ ବିରୁଦ୍ଧରେ ବିଭିନ୍ନ କ୍ୟାମ୍ପସ ରେ ଜୋରଦାର ଆନେ୍ଦାଳନ କରାଯିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ଏବିଭିପି ର ଛାତ୍ରନେତା ।ରାଇରଙ୍ଗପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାର ଦୀର୍ଘ ଚାରିବର୍ଷ ଧରି ଛାତ୍ର ସଂସଦ ର ନିର୍ବାଚନ ବନ୍ଦ ରଖି ଏକ ପ୍ରକାର ନେତୃତ୍ୱର ଭୃଣ ହତ୍ୟା କରୁଥିବା ଅଭିଯୋଗ କରିଛି ଏବିଭିପି ।କ୍ୟାମ୍ପସ ରେ ଶୈକ୍ଷୀକ ବାତାବରଣ ଆଣିବା ପାଇଁ ନିର୍ବାଚନ ବନ୍ଦ କରିବା କଥା କହିଥିଲେ ରାଜ୍ୟ ସରକାର, ମାତ୍ର ଉକôଳ ବିଶ୍ୱବିଦ୍ୟାଳୟ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନଏଏସି(ନାକ୍) ଗ୍ରେଡ କମିଗଲା ।ବିଜେବି କଲେଜ ରେ ଅଣଛାତ୍ର ଙ୍କ ଆତଙ୍କ ରାଜ,ଗଞ୍ଜାମ ର ବିନାୟକ ଆଚାର୍ଯ୍ୟ କଲେଜ ରେଗିଙ୍ଗ ଘଟଣା ରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟି କନଭେନର ଙ୍କ ସମ୍ପୃକ୍ତି ରହିବା ସହିତ କ୍ୟାମ୍ପସକୁ ଗୁଣ୍ଡାରାଜ ଦ୍ୱାରା ଚଳାଇବା ପାଇଁ ରାଜ୍ୟ ସରକାର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଇ ଦେଉ ନ ଥିବା ଅଭିଯୋଗ କରିଥିଲେ ।ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବଙ୍କ କାର୍ଯ୍ୟକ୍ରମ କୁ କ୍ୟାମ୍ପସ ବିଦ୍ୟାର୍ଥୀ ମାନଙ୍କୁ ଅ୍ମକ୍ଷ ମାନେ ବସ ରେ ସଭାକୁ ନେଇ ଯାଉଛନ୍ତି,ଏପରିକି ପରୀକ୍ଷା ବାତିଲ କରି ବିଦ୍ୟାର୍ଥୀଙ୍କୁ ସଚିବ କାର୍ଯ୍ୟକ୍ରମ କୁ ଜୋରକରି ନିଆ ଯାଉଛି ।ଅଥଚ କଲେଜ ମାନଙ୍କର ପାଚେରୀ ଭୁଶୁଡି ଯାଉଛି,ଜାଲ ସାର୍ଟି‘ିକେଟ ଘଟଣା ଆଦି ମାଳ ମାଳ ସମସ୍ୟା ପ୍ରତି ସରକାର ଆଖି ବୁଜିଦେଇଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ।ଏସବୁ ସମସ୍ୟାର ସମାଧାନ ଯଥାଶୀଘ୍ର କରିବା ସହିତ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବା କୁ ଦାବି କରିଥିଲେ ଏବିଭିପି ଜିଲ୍ଲା ସଂଯୋଜକ ସତ୍ୟ ପ୍ରକାଶ ମହାନ୍ତ ।

Leave a Reply

Your email address will not be published. Required fields are marked *