Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଙ୍ଗାଳୁରୁରୁ ୫ ଆତଙ୍କୀ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଙ୍ଗାଳୁରୁରୁ ୫ ଆତଙ୍କୀ ଗିରଫ

ବେଙ୍ଗାଳୁରୁ : ସେଣ୍ଟ୍ରେଲ୍ କ୍ରାଇମ୍ ବ୍ରାଞ୍ଚକୁ ବଡ଼ ସଫଳତା । ବେଙ୍ଗାଳୁରୁରୁ ପାଞ୍ଚ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । ଦେଶଦ୍ରୋହ ଗତବିଧିରେ ସାମିଲ ଥିବା ସନେ୍ଦହରେ ସିସିବି ଏମାନଙ୍କୁ ଗିରଫ କରିଛି । ସେଣ୍ଟ୍ରେଲ୍ କ୍ରାଇମ୍ ବ୍ରାଞ୍ଚ ଏବଂ ଗୁଇନ୍ଦା ବିଭାଗର ମିଳିତ ଅପରେସନରେ ପାଞ୍ଚ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏମାନଙ୍କ ପାଖରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରାଯାଇଛି । ଗିରଫ ହୋଇଥିଲା ସନ୍ଦିଗ୍ଧ ଆତଙ୍କୀମାନେ ହେଲେ ସୈୟଦ ସୋହେଲ, ଅମର, ଜାନିଦ୍, ମୁଦାସିର ଏବଂ ଜାହିଦ ବୋଲି ସିସିବି ଅଧିକାରୀ କହିଛନ୍ତି । ସୂଚନା ଅନୁଯାୟୀ, ଏମାନେ ସମସ୍ତ ବେଙ୍ଗାଳୁରୁରେ ବଡ଼ ହମଲା କରିବାର ଯୋଜନା କରିଥିଲେ । ୨୦୧୭ରେ ହୋଇଥିବା ଏକ ହତ୍ୟା ମାମଲାରେ ସନ୍ଦିଗ୍ଧମାନେ ସାମିଲ ଥିଲେ । ସେହିପରି ପରପ୍ପାନା ଅଗ୍ରହରା ସେଣ୍ଟ୍ରାଲ୍ ଜେଲ ରହିବା ସମୟରେ ଆତଙ୍କବାଦୀଙ୍କ ଲିଙ୍କରେ ଆସିଥିଲେ । ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ମାରଣାସ୍ତ୍ର ଜବତ ହୋଇଛି । ୪ଟି ୱାକି-ଟକି, ୭ଟି ଦେଶୀ ପିସ୍ତଲ, ୪୨ଟି ଅଫୁଟା ଗୁଳି, ୨ଟି ଖଞ୍ଜର, ଦୁଇଟି ସାଟେଲାଇଟ୍ ଫୋନ ଏବଂ ୪ଟି ଗ୍ରେନେଡ୍ ଜବôତ କରିଛି ଜଏଣ୍ଟ ଅପରେସନ ଟିମ୍ ।

Leave a Reply