Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ ତଲହା ବାଂଲାଦେଶରୁ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ ତଲହା ବାଂଲାଦେଶରୁ ଗିରଫ

ଢାକା : ଭାରତର ମୋଷ୍ଟ ୱାଣ୍ଟେଡ୍ ଅଲକାଏଦାଆତଙ୍କବାଦୀ ଇକରାମୂଲ ହକ୍ ଓରଫଅବୁ ତଲହା ତା ପତ୍ନୀ ଫାରିୟା ଆଫ୍ରିନ୍ ସହିତ ବାଂଲାଦେଶରେଗିରଫ କରାଯାଇଛି । ଇକରାମୂଲଓରଫ ଅବୁ ତଲହାର ନାମ ଭାରତରମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କସୂଚୀରେ ରହିଛି । ତା ବିରୋଧରେ ଅନୁନ୍ୟ ୧୦ଟି ମାମଲା ରୁଜୁହୋଇଛି । ଉଗ୍ରବାଦୀଙ୍କ ଯାଞ୍ଚକାଳରେ ଗୁପ୍ତଚର ତାକୁ ଇକରାମୂଲହକ୍ ଭାବେ ଚିହ୍ନଟ କରିଛନ୍ତି । ଅବୁତଲହାର ପତ୍ନ˜ୀ ଫାରିୟା ଆଫ୍ରିନ୍ରଭାରତୀୟ ପାସପୋର୍ଟ ରହିଛିୟ ତେବେ ଅଲକାଏଦା ଇଣ୍ଡିଆ ସବକଣ୍ଟିନେଣ୍ଟ(ଏକ୍ୟୁ ଆଇଏସ) ନେତାଇକରାମୂଲ ହକ ଓ ତା ପତ୍ନୀବାଂଲାଦେଶୀ ନାଗରିକ ।ତଦନ୍ତକାଳରେ ଆଫ୍ରିନ ଓରଫ ମରିୟମଖାତୁନର ପିତା ନତ୍ତୁ ମିଆଁପଶ୍ଚିମବଙ୍ଗ କୁଚବିହାରର ନାଗରିକ ବୋଲି ଜଣାପଡିଛି । ନତ୍ତୁ ମିଆଁଏବେ ଫେରାର ଅଛି । ତେବେତଦନ୍ତ କାଳରେ ନତ୍ତୁର ମରିୟମ
ନାମରେ କେହି ଝିଅ ନଥିବା ଜଣାପଡିଛି । କିଛିମାସ ପୂର୍ବେ ଗୁପ୍ତଚରଙ୍କ ହାତରେ ନତ୍ତୁ ଧରାପଡିଥିଲାୟ ତାକୁ ପଚରା ଉଚରା କରାଯାଇଥିଲା ଓ ସେତେବେଳେ ସେ ଏକ୍ୟୁଆଇଏସ୍ ର ସ୍ଲିପର ସେଲ ସଦସ୍ୟ ବୋଲି ଜଣାପଡିଥିଲା । ଢାକାରେ ଗିରଫ ହୋଇଥିବା ଅବୁ ତଲହା ଏବେ ବାଂଲାଦେଶ ପୋଲିସ ହାଜତରେ ଅଛି । ତେବେ ନତ୍ତୁ ମିଆଁ ବାଂଲାଦେଶୀ ଆତଙ୍କବାଦୀଙ୍କ ଲାଗି ଭାରତୀୟ କାଗଜପତ୍ର ପ୍ରସ୍ତୁତିରେ ମାଷ୍ଟରମାଇଣ୍ଡ ଥିଲା ବୋଲି ଜଣାପଡିଛି । ଗତବର୍ଷ ଅଗଷ୍ଟ ମାସରେ ଏସଟିଏଫ ଉତ୍ତର ୨୪ ପ୍ରଗଣା ଅଞ୍ଚଳରୁ ଅବଦୂର ରକିବ ସରକାର ଓରଫ ହବିବୁଲ୍ଲାକୁ ଗିରଫ କରିଥିଲା । ସେ ପଶ୍ଚିମବଙ୍ଗରେ ଏକ୍ୟୁଆଇଏସ୍ର ନେତା ଥିଲାୟ ହବିବୁଲ୍ଲାକୁ ପଚରା ଉଚରା କରାଯିବା ବେଳେ ତାଠାରୁ ଅବୁତଲହା ସମ୍ପର୍କରେ ଏଟିଏସକୁ ସୂଚନା ମିଳିଥିଲା ।

Leave a Reply