Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୀମାର ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହ ଲିଙ୍କ୍ ନେଇ ଖୋଳତାଡ଼ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୀମାର ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହ ଲିଙ୍କ୍ ନେଇ ଖୋଳତାଡ଼

ନୂଆଦିଲ୍ଲୀ: ନିଜର ପ୍ରେମିକ ସଚିନ ମୀନାଙ୍କ ସହ ଏକାଠି ରହିବା ପାଇଁ ଭାରତରେ ଗୁପ୍ତ ଭାବେ ନିଜର ୪ ପିଲାଙ୍କ ସହ ପ୍ରବେଶ କରିଥିବା ସୀମା ହାଇଦରଙ୍କ ସମ୍ପର୍କରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ତାଙ୍କର ଲିଙ୍କ ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହ ରହିଥିବା ସନେ୍ଦହ ବଢ଼ିବାରେ ଲାଗିଛି । କାରଣ ସୀମା ହାଇଦରଙ୍କ ଦାଦା ଓ ଭାଇ ପାକିସ୍ତାନ ଆର୍ମିରେ କାମ କରନ୍ତି । ସେହିପରି ସେ ଭଲ ଇଂରାଜୀ କହିବା ସହ ବିଭିନ୍ନ ଭାଷା ଉପରେ ମଧ୍ୟ ତାଙ୍କର ଦକ୍ଷତା ଥିବା ଜଣାପଡ଼ିଛି । ଏହି ତଥ୍ୟକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଗୁଇନ୍ଦା ବିଭାଗ ଏବେ ଆଉ ଏକ ସୂଚନା ଦେଇଛି । ସୀମା ହାଇଦର ପାକିସ୍ତାନୀ ହୋଇଥିଲେ ମଧ୍ୟ ଯୋଜନାବଦ୍ଧ ଭାବେ ତାଙ୍କୁ ଭାରତୀୟଙ୍କ ଭଳି ମେକ୍ଅପ୍ ଦିଆଯାଇଥିଲା । ସଚିନ ମୀନାଙ୍କୁ ଭଲ ପାଇ ତାଙ୍କ ସହ ଏକାଠି ରହିବାକୁ ଭାରତ ଆସିଥିବା ସୀମା ଏବେ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧ ସ୍କ୍ୱାଡ ଓ ପୋଲିସ ଦ୍ୱାରା ଜେରା ହେବାରେ ଲାଗିଛନ୍ତି । ଏଟିଏସ ଓ ଗୁଇନ୍ଦା ବିଭାଗ ମଧ୍ୟ ତାଙ୍କର ସମ୍ଭାବ୍ୟ ଆଇଏସ୍ଆଇ ଲିଙ୍କର ଖୋଳତାଡ଼ କରୁଛି । ସୀମା ହାଇଦର ଭାରତ ସୀମାରେ ପ୍ରବେଶ କରିବା ପାଇଁ ଗ୍ରାମୀଣ ଭାରତୀୟ ମହିଳାଙ୍କ ବେଶ ଧାରଣ କରିଥିଲେ । ଏଥିପାଇଁ ସେ ମେକଅପ୍ ଉପରେ ଅଭିଜ୍ଞତା ରଖିଥିବା ଲୋକଙ୍କ ସହାୟତା ନେଇଥିଲା । ସେ ବେଶ ସତର୍କତାର ସହ ଭାରତୀୟ ବେଶ ଧାରଣ କରିଥିଲେ । ଏପରି କି ନିଜର ପିଲାମାନଙ୍କୁ ମଧ୍ୟ ଭାରତୀୟ ପୋଷାକ ପିନ୍ଧାଇଥିଲେ । ସୁରକ୍ଷାକର୍ମୀଙ୍କୁ ମାତ ଦେବା ପାଇଁ ସେ ଏପରି ଯୋଜନା କରିଥିଲେ । ଘରୋଇ ସହାୟକ ଓ ଗ୍ରାମାଞ୍ଚଳରେ କାମଦାମ କରୁଥିବା ମହିଳାଙ୍କ ବେଶ ଧାରଣ କରି ସୀମା ହାଇଦର ଭାରତ-ନେପାଳ ସୀମା ଅତିକ୍ରମ କରିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି । ନିଜର ବେଶବୁଷା ବ୍ୟତୀତ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ସୀମା ହାଇଦରଙ୍କ ପାଖରେ ବିଭିନ୍ନ ଭାଷା ଉପରେ ଦକ୍ଷତା ରହିଛି । ନେପାଳରେ କାର୍ଯ୍ୟ କରୁଥିବା ପାକିସ୍ତାନୀ ହ୍ୟାଣ୍ଡେଲର୍ସମାନେ ସାଧାରଣତଃ ବିଭିନ୍ନ ଭାଷା ଉପରେ ଦକ୍ଷତା ରଖିଥାଆନ୍ତି । ସେମାନଙ୍କୁ ଏଥିପାଇଁ ତାଲିମ ମଧ୍ୟ ଦିଆଯାଏ । ଭାରତରେ ବେଆଇନ କାମ କରିବାକୁ ମହିଳାମାନଙ୍କୁ ନେପାଳରୁ ପଠାଯାଏ । ସେମାନଙ୍କୁ ମଧ୍ୟ ଭାଷା ଜ୍ଞାନର ତାଲିମ ଦିଆଯାଇ ଥାଏ । ସୀମାଙ୍କ ପାଖରେ ସେ ସବୁ ଲକ୍ଷଣ ରହିଥିବାରୁ ଏଟିଏସ ଓ ଗୁଇନ୍ଦା ବିଭାଗ ତାଙ୍କର ଆଇଏସଆଇ ଲିଙ୍କ ଠାବ କରିବାକୁ ଉଦ୍ୟମ କରୁଛି । ମେ’ ୧୩ରେ ସୀମା ଗୋଟିଏ ବସ୍ ଯୋଗେ ନେପାଳରୁ ଭାରତକୁ ଆସିଥିଲେ । ତେବେ ଜୁଲାଇ ୪ରେ ସୀମା ଓ ସଚିନଙ୍କୁ ଗିରଫ କରାଯାଇଥିଲା । ଜୁଲାଇ ୭ରେ ସେମାନଙ୍କୁ ଜାମିନ ମିଳିଥିଲା । ସେବେଠାରୁ ସୀମା, ସଚିନ ଓ ତାଙ୍କର ୪ ପିଲା ଗ୍ରେଟର ନୋଏଡାର ଗୋଟିଏ ଘରେ ରହୁଛନ୍ତି । କିଛି ଦିନ ତଳେ ପୋଲିସ୍ ସେମାନଙ୍କୁ ପୁଣି ଉଠାଇ ନେଇ ଜେରା ଆରମ୍ଭ କରିଛି । ଏହି ଜେରା ବେଳେ ସୀମାଙ୍କ ଭାଇ ପାକିସ୍ତାନ ଆର୍ମିରେ କାମ କରୁଥିବା ଜଣାପଡ଼ିଛି । ସେହିପରି ପାକିସ୍ତାନରେ ଥିବା ସୀମାଙ୍କ ସ୍ୱାମୀ ଗୁଲାମ ହାଇଦର ମଧ୍ୟ ଏକଥାକୁ ନିଶ୍ଚିତ କରିଛନ୍ତି । ସୀମାଙ୍କ ଭାଇ ଆସିଫ ଓ ଦାଦା ଗୁଲାମ ଆକବର ଏବେ ବି ପାକିସ୍ତାନ ଆର୍ମିରେ ଅଛନ୍ତି । ଏବେ ସୀମାଙ୍କ ଭାଇ କରାଚିରେ କାମ କରୁଥିବା ଗୁଲାମ କହିଛନ୍ତି ।

Leave a Reply