Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୮ରେ ମିଳିବ ପିଏମ୍‌ କିଷାନର ୧୪ତମ କିସ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୮ରେ ମିଳିବ ପିଏମ୍‌ କିଷାନର ୧୪ତମ କିସ୍ତି

ନୂଆଦିଲ୍ଲୀ : ପିଏମ୍ କିଷାନ ଯୋଜନାର ଲାଭାର୍ଥୀଙ୍କ ପାଇଁ ବଡ଼ ଖବର ସାମନାକୁଆସିଛି । କୋଟି କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ମାସରେ ୧୪ତମ କିସ୍ତିଟ୍ରାନ୍ସଫର କରାଯିବ । ସରକାରଙ୍କ ତରଫରୁ ୧୪ତମ କିସ୍ତି ଟଙ୍କା ପ୍ରଦାନର ତାରିଖଧାର୍ଯ୍ୟ କରାଯାଇଛି । ସରକାରୀ ୱେବସାଇଟ୍ ଅନୁସାରେ, ଜୁଲାଇ ୨୮ରେ ଦେଶରପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏପ୍ରଦାନ କରାଯିବ । ସରକାରଙ୍କ ପକ୍ଷରୁ ଦିଆଯାଇଥିବାସୂଚନା ଅନୁସାରେ ଜୁଲାଇ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ସାରା ଦେଶର ୮.୫ କୋଟି ଚାଷୀଙ୍କୁ ପିଏମ କିଷାନଯୋଜନାର ୧୪ତମ କିସ୍ତି ଦିଆଯିବ । ପିଏମ ମୋଦୀଡିବିଟି ଜରିଆରେ ୧୮ ହଜାର କୋଟି ଟଙ୍କା ଟ୍ରାନ୍ସଫରକରିବେ । ଉଲ୍ଲେଖଯୋଗ୍ୟ ଯେ ପିଏମ କିଷାନ ଯୋଜନାର ୧୩ତମ କିସ୍ତି ଫେବ୍ରୁଆରୀରେକର୍ଣ୍ଣାଟକରୁ ଟ୍ରାନ୍ସଫର କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାରେ ସରକାର ଯୋଗ୍ୟ ଚାଷୀଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ପ୍ରଦାନ କରନ୍ତି। ସରକାର ଏହାକୁ ତିନୋଟି କିସ୍ତିରେ ଦିଅନ୍ତି । ଡିବିଟି ଜରିଆରେ ଏହା ରାଶିକୁ ସିଧାଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ । ନିକଟରେ ପିଏମ କିଷାନ ପୋର୍ଟଲ ଫର୍‌ଫାର୍ମର୍ସ କର୍ଣ୍ଣରର ଏକ ସୁବିଧା ଯୋଡିଥିଲେ । ଏହାପରେ ଏବେ ଲାଭାର୍ଥୀଙ୍କ ନିଜମୋବାଇଲରେ ପିଏମ କିଷାନ ମୋବାଇଲ ଆପ୍ ଡାଉନଲୋଡ କରିପାରିବେ ।

Leave a Reply