Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ହିନ୍ଦୁ ମନ୍ଦିର ଉପରେ ରକେଟ୍ ମାଡ଼ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ହିନ୍ଦୁ ମନ୍ଦିର ଉପରେ ରକେଟ୍ ମାଡ଼

ଇସଲାମବାଦ: ପାକିସ୍ତାନ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯାଉଛି । ନିକଟରେ ପାକିସ୍ତାନ ଡାକୁ ରାନୋ ଶାର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିବେ ବୋଲି ଧମକ ଦେଇଥିଲେ । ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ଡନର ରିପୋର୍ଟ ଅନୁଯାୟୀ, ରବିବାର ସିନ୍ଧର କାଶମୋରରେ ଥିବା ଏକ ମନ୍ଦିରରେ ରକେଟ୍ ଲଞ୍ଚର୍ ଦ୍ୱାରା ଆକ୍ରମଣ କରାଯାଇଛି । ଆକ୍ରମଣକାରୀମାନେ ଗୌସପୁର ଥାନା ଅଧୀନରେ ଥିବା ଏକ ପୂଜାସ୍ଥଳରେ ସହ ଆଖପାଖ ହିନ୍ଦୁଙ୍କ ଘର ଉପରେ ଆକ୍ରମଣ କରିଥିଲେ । ସେମାନେ କେବଳ ମନ୍ଦିରକୁ ଟାର୍ଗେଟ କରିନଥିଲେ ଆଖିବୁଜା ଗୁଳି ବି ଚଳାଇଥିଲେ । ଆକ୍ରମଣ ପରେ କାଶ୍ମୀର-କାନ୍ଧାକୋଟ ଏସଏସପି ଇରଫାନ ସାମ୍ମୋଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ସୂଚନାଥାଉକି ସୀମା ହାଇଦର ମଧ୍ୟ ପାକିସ୍ତାନର ସିନ୍ଧ ପ୍ରଦେଶର ବାସିନ୍ଦା । ପୁଲିସର ସୂଚନା ଅନୁସାରେ ଆକ୍ରମଣ ସମୟରେ ମନ୍ଦିର ବନ୍ଦ ରହିଥିଲା । ବାଗଡି ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ଧାର୍ମିକ ସେବା ପାଇଁ ଏହା ପ୍ରତିବର୍ଷ ଖୋଲାଯାଏ । ତେବେ ଆକ୍ରମଣ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।

Leave a Reply