ୟୁପିଆଇ ମାଧ୍ୟମରେ ଦୁବାଇ ପଠାଇ ହେବ ଟଙ୍କା

ପ୍ୟାରିସ୍‌: ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସେଠାରେ ରହୁଥିବା ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଖୁବ୍‌ଶୀଘ୍ର ଭାରତୀୟ ପର୍ଯ୍ୟଟକମାନେ ପ୍ୟାରିସରେ ଭାରତୀୟ ମୁଦ୍ରାର ବ୍ୟବହାର କରିପାରିବେ । ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିହେବ । ଆଇଫେଲ ଟାୱାରରୁ ହିଁ ଏବି ସେବା ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ୟାରିସରେ ଏକ କମ୍ୟୁନିଟି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ” ଫ୍ରାନ୍ସ ଓ ଭାରତ ଫ୍ରାନ୍ସରେ ୟୁପିଆଇ ବ୍ୟବହାର କରିବାକୁ ସମହିତ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଏହା ଆଇଫେଲ ଟାୱାରରୁ ଆରମ୍ଭ ହେବ । ଫଳରେ ଭାରତୀୟ ପର୍ଯ୍ୟଟକମାନେ ବର୍ତ୍ତମାନ ଟଙ୍କାରେ ମୂଲ୍ୟ ଦେଇପାରିବେ ।” ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ପ୍ରଶଂସା କରି ମୋଦୀ ଫ୍ରାନ୍ସରେରେ ରହୁଥିବା ମୂଳ ଭାରତୀୟଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଭାରତ ଆସିଲା ବେଳେ ସାଙ୍ଗରେ କ୍ୟାସ୍ ଆଣିବା ଦରକାର ନାହିଁ । କେବଳ ସାଙ୍ଗରେ ମୋବାଇଲ୍ ଫୋନ୍ ଆଣି ଆସିବେ । ପାଖରେ ଟଙ୍କାଟିଏ ବି ନଥିଲେ ଭାରତରେ କୌଣସି ଅସୁବିଧା ହେବ ନାହିଁ ବୋଲି ମୋଦୀ କହିଛନ୍ତି । ଭାରତୀୟ ବ୍ୟାଙ୍କିଙ୍ଗ ସେବା ଯେଣସି ସମୟରେ, ଯେକୌ ଣସି ଠାରେ ୨୪ ଘଣ୍ଟା ଲୋକମାଙ୍କ ଆଙ୍ଗୁଠି ଟିପରେ ଅଛି ବୋଲି ମୋଦୀ କହିଛନ୍ତି । ହିତାଧିକାରୀଙ୍କୁ ଜନମଙ୍ଗଳ ଯୋଜନାଗୁଡ଼ିକର ସିଧା ଲାଭ ଦେବା ଏବେ ଭାରତ ସରକାରଙ୍କର କାର୍ଯ୍ୟର ଏକ ଅଂଶ । ୟୁପିଆଇ କିମ୍ବା ଅନ୍ୟାନ୍ୟ ଡିଜିଟାଲ ପ୍ଲାଟଫର୍ମ ଦେଶରେ ଏକ ବୃହତ ସାମାଜିକ ପରିବର୍ତ୍ତନ ଆଣିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଡିଜିଟାଲ୍ କ୍ଷେତ୍ରରେ ଭାରତ ଓ ଫ୍ରାନ୍ସ ସହଭାଗିତାର ସୁଯୋଗକୁ ଅପେକ୍ଷା କରାଯାଇଛି ବୋଲି ମୋଦୀ କହିଛନ୍ତି ।

Leave a Reply

Your email address will not be published. Required fields are marked *