Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉତ୍ତେଜନାପୂର୍ଣ୍ଣ ଭାଷଣ ମାମଲାରେ ଆଜମ୍ ଖାନ୍ ଦୋଷୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉତ୍ତେଜନାପୂର୍ଣ୍ଣ ଭାଷଣ ମାମଲାରେ ଆଜମ୍ ଖାନ୍ ଦୋଷୀ

ନୂଆଦିଲ୍ଲୀ : ଘୃଣା ସୃଷ୍ଟିକାରୀ ଭାଷଣ ମାମଲାରେ ଦୋଷୀ ଆଜମ୍ ଖାନ୍ । ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ଦଣ୍ଡିତ ହୋଇଛନ୍ତି ସମାଜବାଦୀ ପାର୍ଟି ବରିଷ୍ଠ ନେତା ଆଜମ୍ ଖାନ୍ । ଉତ୍ତର ପ୍ରଦେଶର ରାମପୁର ଏମପି-ଏମଏଲଏ କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ଅଢେଇ ହଜାର ଟଙ୍କା ଅର୍ଥ ଦଣ୍ଡ ଲଗାଇଛନ୍ତି । ୨୦୧୯ ଅପ୍ରିଲ୍ ୧୮ ତାରିଖରେ ଧମରା ଗାଁର ଏକ ସଭାରେ ଯୋଗ ଦେଇ ହେଟ୍ ସ୍ପିଚ୍ ଦେଇଥିଲେ ଆଜମ୍ ଖାନ୍ ୟ ସାମ୍ବିଧାନିକ ପଦରେ ବସିଥିବା ଲୋକଙ୍କ ବିରୋଧରେ ଆପତ୍ତିଜନକ ଭାଷଣ ଦେଇ ଲୋକଙ୍କୁ ହିଂସା ପାଇଁ ଉସୁକେଇ ଥିଲେ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ୟ ଏହା ପରେ ସହକାରୀ ଏଡିଓ ଅନିଲ୍ ଚୌହାତ୍ତ ଶହଜାଦନଗର ଥାନରେ ଆଜମ୍ ଖାନଙ୍କ ବିରୋଧରେ ମାମଲା ରାଜୁ କରିଥିଲେ ୟହେଟ୍ ସ୍ପିଚ୍ ମାମଲାରେ ପୋଲିସ ତଦନ୍ତ କରିବା ପରେ ଏମପି-ଏମଏଲଏ କୋର୍ଟରେ ଚାର୍ଚ୍ଚ ସିଟ୍ ଦାଖଲ କରିଥିଲେ । ଶନିବାର କୋର୍ଟ ମାମଲାର ଶୁଣାଣି କରି ସମାଜବାଦୀ ପାର୍ଟିର ଏହି ବରିଷ୍ଠ ନେତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଜମ୍ ଖାନଙ୍କ ପାଇଁ ପୁଣି ଥରେ ମୁସ୍କିଲ୍ ବଢ଼ିଲା । ବର୍ତ୍ତମାନ ସମୟରେ ସମାଜବାଦୀ ପାର୍ଟିର ଏହି ବରିଷ୍ଠ ନେତା ସର୍ତ୍ତ ମୂଳକ ଜାମିନରେ ବାହାରେ ରହିଛନ୍ତି । ହେଲେ ଜେଲ୍ ଦଣ୍ଡାଦେଶ ଶୁଣାଣି ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି । ଏହାରି ଭିତରେ ଗତ ଦୁଇ ଦିନ ତଳେ ଆଜମ୍ ଖାନଙ୍କୁ \”ୱାଇ\’ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା ହଟାଇବା ଏବଂ ପୁଣି ଥରେ ସୁରକ୍ଷା ଯୋଗାଇ ଦେବା ନେଇ ୟୁପିରେ ରାଜନୈତିକ ମାହୋଲ ସରଗରମ ହୋଇଥିଲା ୟ ଜାଣିଶୁଣି ଆଜମ୍ ଖାନକୁ ହରାଣ କରିଯାଉଛି ବୋଲି ସମାଜବାଦୀ ପାର୍ଟି ନେତା କହିଛନ୍ତି ।

Leave a Reply