Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ବିନା ଏବେ ବିଶ୍ୱର ବିକାଶ ସମ୍ଭବ ନୁହେଁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ବିନା ଏବେ ବିଶ୍ୱର ବିକାଶ ସମ୍ଭବ ନୁହେଁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଫ୍ରାନ୍ସ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଓଲ ମେକ୍ରୋଁଙ୍କୁ ସହ ସାକ୍ଷାତ କରିବେ । ପ୍ରଧାନମନ୍ତ୍ରୀ ତାଙ୍କ ସହିତ ଡିନର ରାଜନୀତି ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ଖବର କାଗଜ ଲେସ ଇକସକୁ ଏକ ସାକ୍ଷାତକାର ଦେଇଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏବେ ଭାରତ ବିନା ବିଶ୍ୱର ବିକାଶ ସମ୍ଭବ ନୁହେଁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତକୁ ମୁଁ ଏକ ମଜବୁତ କାନ୍ଧ ଭଳି ଦେଖୁଛି । ଏଭଳି ମଜବୁତ କାନ୍ଧ ଭଳି ଦେଖୁଛି ଯେଉଁଥିରେ ଯଦି ଗ୍ଲୋବାଲ ସାଉଥକୁ ଉଚ୍ଚ ଲମ୍ବ ଡିଆଁ ଲଗାଇବାର ଅଛି ତେବେ ସେହି କାନ୍ଧ ଭାରତ ହୋଇ ପାରିବ । ଗ୍ଲୋବାଲ ସାଉଥ, ଗ୍ଲୋବାଲ ନର୍ଥ ସହ ମଧ୍ୟ ସମ୍ପର୍କ ତିଆରି କରି ପାରିବ । ସେହି ଅର୍ଥରେ ଭାରତ ଗୋଟିଏ ପ୍ରକାର ଗ୍ଲୋବାଲ ସାଉଥ ଓ ନର୍ଥ ମଧ୍ୟରେ ପୋଲ ହୋଇ ପାରେ । ତେଣୁ ମୋତେ ଲାଗୁଛି ଯେ ଆମେ ଏହି କାନ୍ଧକୁ, ଏହି ପୋଲକୁ ଶକ୍ତିଶାଳୀ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଉତ୍ତର ଓ ଦକ୍ଷିଣ ମଧ୍ୟରେ ସମ୍ପର୍କ ମଜବୁତ ହେବ ଓ ଗ୍ଲୋବାଲ ସାଉଥ ମଧ୍ୟ ଶକ୍ତିଶାଳୀ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି ଯେ ଭାରତ ଓ ଫ୍ରାନ୍ସ ମଧ୍ୟରେ ରଣନୈତିକ ପାର୍ଟନରସିପକୁ ୨୫ ବର୍ଷ ପୂରଣ ହୋଇ ସାରିଲାଣି । ମୋତେ ଲାଗୁଛି ଯେ ଏହି ସମ୍ପର୍କ ଏକ ଗୁରୁତ୍ୱପୂର୍ଣ ମୋଡରେ ପହଂଚି ସାରିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ ଯଦି କୋବିଡ ମହାମାରୀ ପରେ ବୈଶ୍ୱିକ ବ୍ୟବସ୍ଥା ଓ ଏହାର ଆକାରକୁ ଦେଖିବା ତେବେ ମୁଁ ଭାବୁଛି ଯେ ଆମର ରଣନୈତିକ ପାର୍ଟନରସିପକୁ ଆଗକୁ ବଢାଇବା ହିଁ ସକାରାତ୍ମକ ଅନୁଭବ ଅଟେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ମୁଁ ଆଗାମୀ ୨୫ ବର୍ଷ ପାଇଁ ରୋଡ ମ୍ୟାପ ତିଆରି କରିବାକୁ ତତ୍ପର ରହିଛି । ଭାରତ ଓ ଫ୍ରାନ୍ସ ମଧ୍ୟରେ ସମ୍ପର୍କ ପାଇଁ ଏହା ଖୁବ ଗୁରୁତ୍ୱପୂର୍ଣ । ସେ କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଶକ୍ତିଶାଳୀ, ବିଶ୍ୱସନୀୟ ଓସୁସଙ୍ଗତ ରହିଛି । ପ୍ରତ୍ୟେକ ବାତ୍ୟାରେ ମଧ୍ୟ ଏହା ସ୍ଥିର ଓ ନମନୀୟ ରହି ଆସିଛି । ସେ କହିଛନ୍ତି ଯେ ଭାରତ ପ୍ରାଚୀନ କାଳରୁ ବୈଶ୍ୱିକ, ଆର୍ଥôକ ବିକାଶ, ଟେକ୍ନୋଲଜିରେ ଉନ୍ନତି ଓ ମାନବର ବିକାଶରେ ଯୋଗଦାନ ଦେବାରେ ସବୁଠାରୁ ଆଗରେ ରହି ଆାସିଛି ।

Leave a Reply