Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଜି ଚନ୍ଦ୍ରଯାନ-୩ ଉତକ୍ଷେପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଜି ଚନ୍ଦ୍ରଯାନ-୩ ଉତକ୍ଷେପଣ

ଶ୍ରୀହରିକୋଟା: ଆଜି ଇତିହାସ ସୃଷ୍ଟି

କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା

ସଂସ୍ଥା (ଇସ୍ରୋ) । ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୩

ଉତକ୍ଷେପଣ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି ଓ ଏହାର

କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଶୁକ୍ରବାର

ଅପରାହ୍ନ ୨ଟା ୩୫ମିନିଟରେ ଆନ୍ଧ୍ରପ୍ରଦେଶର

ଶ୍ରୀହରିକୋଟାରୁ ଏହି ଅଭିଯାନ ଆରମ୍ଭ କରାଯିବାର

କାର୍ଯ୍ୟକ୍ରମ ରହିଛି । ଚନ୍ଦ୍ରଯାନ-୩ ମିଶନର ଉତକ୍ଷେପଣ

ପ୍ରକ୍ରିୟାର ୨୪ ଘଣ୍ଟିଆ ଉତକ୍ଷେପଣ ଅଭ୍ୟାସ ବୁଧବାର

ଶେଷ ହୋଇଛି । ବରିଷ୍ଠ ମହାକାଶ ବୈଜ୍ଞାନିକ ଜି.

ମାଧବନ ନାୟାର କହିଛନ୍ତି ଯେ ଚନ୍ଦ୍ରରେ ଚନ୍ଦ୍ରଯାନ-

୩ ଅଭିଯାନ ସବୁ କ୍ଷେତ୍ରରୁ ସଫଳ ହେବା ଦରକାର

ଯାହା ଦ୍ୱାରା ଭାରତ ମହାକାଶ ଗବେଷଣାକ୍ଷେତ୍ରରେ ଏକ

ମାଇଲଖୁଣ୍ଟ ଅତିକ୍ରମ କରିପାରିବ । ଚନ୍ଦ୍ର ପୃଷ୍ଠରେ ସଫ୍ଟ

ଲ୍ୟାଣ୍ଡିଂ (ନିୟନ୍ତ୍ରିତ ଅବତରଣ) ଅତ୍ୟନ୍ତ କଷ୍ଟକର ଓ

ଜଟିଳ ବୋଲି ସେ ବର୍ଣ୍ଣନା କରିଛନ୍ତି । ୪ ବର୍ଷ ତଳେ

୨୦୧୯ରେ ଚନ୍ଦ୍ରଯାନ-୨ ଅଭିଯାନ ସମୟରେ

ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ

ହୋଇପାରିନଥିଲା । ଏହାକୁ ଦୃଷ୍ଟିରେ ରଖି

ଚନ୍ଦ୍ରଯାନ-୩ ମିଶନ କୁ ଭାରତ ପାଇଁ ଅତ୍ୟନ୍ତ

ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ମାଧବନ ନାୟାର କହିଛନ୍ତି ଯେ ଜାତୀୟ ମହାକାଶ

ଏଜେନ୍ସି ପ୍ରାୟ ୪ ବର୍ଷ ପୂର୍ବେ ଚନ୍ଦ୍ରଯାନ-୨ର ସଫ୍ଟ ଲ୍ୟାଣ୍ଡିଂ

ସମୟରେ ସମସ୍ୟାର ସମାଧାନ ପାଇଁ ଅନେକ ପଦକ୍ଷେପ

ନେଇଥିଲା ଏବଂ ନିଜର ବ୍ୟବସ୍ଥାକୁ ସୁଦୃଢ଼ କରିଥିଲା ।

Leave a Reply