Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୌସେନା ପାଇଁ ଆସିବ ୨୬ଟି ରାଫେଲ୍ଏମ୍, ମଂଜୁର କଲା ପ୍ରତିରକ୍ଷା ମନ୍ତ୍ରାଳୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୌସେନା ପାଇଁ ଆସିବ ୨୬ଟି ରାଫେଲ୍ଏମ୍, ମଂଜୁର କଲା ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୩ ଓ ୧୪ତାରିଖରେ ଫ୍ରାନ୍ସ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଜୁଲାଇ ୧୪ ରେ ଫ୍ରାନ୍ସର ଜାତୀୟ ଦିବସ ପରେଡ୍ ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଗସ୍ତର ଠିକ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଡିଫେନ୍ସ ଆକ୍ୟୁଜିସନ କାଉନସିଲ ବା ପ୍ରତିରକ୍ଷା କ୍ରୟ ପରିଷଦ ଫ୍ରାନ୍ସରୁ ୨୬ଟି ରାଫେଲ-ଏମ୍ ଖରିଦ ପ୍ରସ୍ତାବକୁ ମଂଜୁର କରିଛି । ଏହା ପରେ ଏହାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ ପାଇଁ ରଖାଯିବ । ଏହି ୨୬ଟି ମଧ୍ୟରେ ୪ଟି ତାଲିମ ବିମାନ ବି ରହିଛି । ମୋଦୀ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ (ରାଫେଲ ଏମ) କିଣିବା ପାଇଁ କୋଟି କୋଟି ଡଲାରର ଚୁକ୍ତି ଘୋଷଣା କରିପାରନ୍ତି । ରାଫେଲ-ଏମ ହେଉଛି ରାଫେଲ ଯୁଦ୍ଧ ବିମାନର ନୌସେନା ସଂସ୍କରଣ, ଯାହାର ପୁରା ନାମ ରାଫେଲ ମେରିଟାଇମ୍ । ଏହି ଯୁଦ୍ଧ ବିମାନର ତିନୋଟି ପ୍ରମୁଖ ସଂସ୍କରଣ ରହିଛି- ରାଫେଲ ସି ସିଙ୍ଗଲ ସିଟ୍ ଯାହା ଗ୍ରାଉଣ୍ଡ-ୟୁଜ୍ ଭର୍ସନ, ରାଫେଲ-ବି ଯାହାକି ଦୁଇଟି ସିଟ ବିଶିଷ୍ଟ ଗ୍ରାଉଣ୍ଡ ୟୁଜ ଭର୍ସନ ଏବଂ ରାଫେଲ-ଏମ ଯାହା ସିଙ୍ଗଲ ସିଟ୍ କ୍ୟାରିୟର ଆଧାରିତ ନାଭାଲ ଭର୍ସନ ଅଟେ । ରାଫେଲ-ଏମର ଲମ୍ବ ୧୫.୨୭ ମିଟର, ଉଚ୍ଚତା ୫.୩୪ ମିଟର ଏବଂ ଓଜନ ୧୦,୬୦୦ କିଲୋଗ୍ରାମ । ଏହାର ଇନ୍ଧନ କ୍ଷମତା ୪୭୦୦ କିଲୋଗ୍ରାମ । ଉଚ୍ଚତାରେ ବିମାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୯୧୨ କିଲୋମିଟର ଥିବା ବେଳେ କମ୍ ଉଚ୍ଚତାରେ ଏହାର ବେଗ ଘଣ୍ଟାପ୍ରତି ୧୩୯୦ କିଲୋମିଟର । ଏହାର ରେଞ୍ଜ ୩୭୦୦ କିଲୋମିଟର ରହିଛି । ଏହି ବିମାନ ଏକ ବିମାନବାହୀ ଯୁଦ୍ଧପୋତରୁ ଉଡ଼ାଣ ଓ ଅବତରଣ କରିପାରିବ

Leave a Reply