Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ପ୍ରତିବାଦରେ ବିକ୍ଷୋଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ପ୍ରତିବାଦରେ ବିକ୍ଷୋଭ

କୋଲକାତା, : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ଶନିବାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭାଜପା ସମର୍ଥକମାନେ ରବିବାର ରାଜ୍ୟ ନିର୍ବାଚନ କମିଶନ (ଏସ୍ଇସି)ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନିର୍ବାଚନ କର୍ତ୍ତୃପକ୍ଷ ଭୋଟ ପରିଚାଳନାରେ ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ନିର୍ବାଚନ ବେଳେ କେନ୍ଦ୍ରୀୟ ବଳକୁ ଜାଣିଶୁଣି ମୁତୟନ କରା ନ ଯିବାରୁ ହିଂସାକାଣ୍ଡ ଘଟିଲା । ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ କେନ୍ଦ୍ରୀୟ ବଳ ନିୟୋଜିତ ହୋଇଥିଲେ ଏତେ ପରିମାଣରେ ହିଂସା ଘଟି ନ ଥାନ୍ତା ବୋଲି ଭାଜପା ଉପାଧ୍ୟକ୍ଷ ଦିଲୀପ ଘୋଷ କହିଛନ୍ତି । କେନ୍ଦ୍ରୀୟ ବଳକୁ ସମ୍ବେଦନଶୀଳ ଅଞ୍ଚଳ ଓ ପୋଲିଂ ବୁଥ୍?ରେ ନିୟୋଜିତ କରା ନ ଯାଇ ସେମାନଙ୍କୁ ଜାତୀୟ ରାଜପଥ ପାଟ୍ରୋଲିଂରେ କିମ୍ବା ଥାନାରେ ରଖାଗଲା ବୋଲି ଘୋଷ ଅଭିଯୋଗ କରିଛନ୍ତି ।

Leave a Reply