Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭିଜିଟର କନଫରେନ୍ସ-୨୦୨୩'କୁ ଉଦଘାଟନ କଲେ ରାଷ୍ଟ୍ରପତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭିଜିଟର କନଫରେନ୍ସ-୨୦୨୩’କୁ ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ଜୁଲାଇ ୧୦- ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ର୍ନିମାଣକୁ ପ୍ରାଥମିକତା ଦିଅ ।ଯିବା ଉଚିô ୟ ସେମାନଙ୍କୁ ନୈତିକତା, ସମ୍ବେଦନଶୀଳତା ଏବଂ ପରୋପକାର ତଥା ଭାରତୀୟ ମୂଲ୍ୟବୋଧ ଅ ।ଧାରରେ ଶିକ୍ଷାର ଉପଯୋଗ କରିବା ପାଇଁ ସମର୍ଥ କରିବାକୁ ମଙ୍ଗଳବାର ରାଷ୍ଟ୍ରପତି ଭବନ ଠାରେ ଅନୁଷ୍ଠିତ ଦୁଇ ଦିବସୀୟ “ଭିଜିଟର କନଫରେନ୍ସ୨୦୨୩’ର ଉଦଘାଟନ ସମାରୋହରେ ପରାମର୍ଶ ଦେଇଛନ୍ତି ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଏହି ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଶିକ୍ଷାବିତ ମାନଙ୍କୁ ମାର୍ଗଦର୍ଶନ ନିମନ୍ତେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାବ୍ୟତିତ ସେ କହିଛନ୍ତି ଯେ ଅ ।ଗାମୀ ୨୫ ବର୍ଷ ଅ ।ମ ସମସ୍ତଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ । ଅ ।ଗାମୀ ୨୫ ରୁ ୩୦ ବର୍ଷ ମଧ୍ୟରେ ଭାରତ ବିଶ୍ୱଗୁରୁ ହେବା ପାଇଁ ଯାଉଛି । ଭାରତ ବିଶ୍ୱର ଜ୍ଞାନର ମହାଶକ୍ତି ହେବା ଦିଗରେ ମଧ୍ୟ ଗତି କରୁଛି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ରୂପ ଦିଅ ।ଯାଇଛି ୟ ବିଗତ ଜାତୀୟ ଶିକ୍ଷା ନୀତିରେ ଅନେକ ପଦକ୍ଷେପ ନିଅ ।ଯାଇଛି ୟ ଭାରତରେ ପ୍ରଥମ ଥର ପାଇଁ ୩ ବର୍ଷ ପିଲାଙ୍କୁ ସାଧାରଣ ଶିକ୍ଷାରେ ଯୋଡା ଯାଉଅଛି ।ବାଲବାଟିକା ୧, ୨, ୩ ଏବଂ ଶ୍ରେଣୀ ପ୍ରଥମ ଓ ଦ୍ୱିତୀୟର ଶିକ୍ଷା ପାଠ୍ୟକ୍ରମ ଚଳିତ ଶିକ୍ଷା ବର୍ଷରୁ ଅ ।ରମ୍ଭ ହୋଇସାରିଛି । ନ୍ୟାସନାଲ କରିକୁଲମ ଫ୍ରେମୱାର୍କ ସାର୍ବଜନୀନ ହେବାକୁ ଯାଉଛି । ଅ ।ଗାମୀ ପ୍ରାୟ ଦୁଇ ବର୍ଷ ଭିତରେ ଦ୍ୱାଦଶ ପର୍ଯ୍ୟନ୍ତ ସେ ସବୁକୁ ପୁସ୍ତକରେ ରୂପାନ୍ତରିତ କରାଯିବ ୟ ପ୍ରଧାନମନ୍ତ୍ରୀ କହିବାନୁସାରେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକ ଭାରତ ପାଇଁ ବହୁତ ମହତ୍ୱପୂର୍ଣ୍ଣ ରହିଛି ୟ ଏହି ଦଶକର ଅନେକ ର୍ନିଣ୍ଣୟ ବିଗତ ୧୦୦ ବର୍ଷକୁ ପ୍ରଭାବିତ କରିଛି । ଦେଶକୁ ସ୍ୱାଧୀନତା ମିଳିବା ସହ ଭାରତର ସମ୍ବିଧାନ ପ୍ରଣୟନ ହେଲା । ଦେଶରେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେଲା ।ଅ ।ଇଅ ।ଇଟି, ଏନଅ ।ଇଟି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଅନେକ ଉକ୍ରର୍ଷ କେନ୍ଦ୍ର ଅ ।ଜି ଭାରତରେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ୟ ଅନେକ ଅନୁଷ୍ଠାନର କ୍ୟାମ୍ପସ ବିଦେଶରେ ପ୍ରତିଷ୍ଠା ହେବା ପାଇଁ ଯାଉଛି । ଏହି ପ୍ରବାସ ବାସ୍ତବରେ ବୈଶ୍ୱିକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave a Reply