Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାହାନଗା ଟ୍ରେନ ଟ୍ରାଜେଡି ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାହାନଗା ଟ୍ରେନ ଟ୍ରାଜେଡି ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ

ଭୁବନେଶ୍ୱର : ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଗିରଫ ୩ ରେଳ କର୍ମଚାରୀଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବ ସିବିଆଇ । ସେମାନଙ୍କୁ ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଆଉ ୫ ଦିନ ପାଇଁ ରିମାଣ୍ଡ ଲାଗି ସିବିଆଇ ଆବେଦନ କରିଥିଲା । ପୂର୍ବରୁ ସିବିଆଇ ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା । ମଙ୍ଗଳବାର ରିମାଣ୍ଡ ଅବଧି ଶେଷ ହେବା ପରେ ସିବିଆଇ ଅଭଯୁକ୍ତମାନଙ୍କୁ ଚନ୍ଦକା ଥାନାରୁ କଡା ସୁରକ୍ଷାରେ ଆଣି ସ୍ୱତନ୍ତ କୋର୍ଟରେ ହାଜର କରାଇଥିଲା । ସୂଚନାଯୋଗ୍ୟ ଯେ ଗତ ଜୁନ୍ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାରେ ୨୯୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାରେ ୩ ରେଳ କର୍ମଚାରୀଙ୍କୁ ଗିରଫ କରିଥିଲା ସିବିଆଇ । ସିଗିନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କୁ ଗିରଫ କରିଥିଲା ସିବିଆଇ ।

Leave a Reply