Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଗଷ୍ଟ ୨ରୁ ପ୍ରତିଦିନ ଶୁଣାଣି ; ଧାରା ୩୭୦ ସମ୍ପର୍କିତ ମାମଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଗଷ୍ଟ ୨ରୁ ପ୍ରତିଦିନ ଶୁଣାଣି ; ଧାରା ୩୭୦ ସମ୍ପର୍କିତ ମାମଲା

ନୂଆଦିଲ୍ଲୀ : ଅନୁଚ୍ଛେଦ ୩୭୦କୁ ନେଇ ଦାୟରହୋଇଥିବା ଆବେଦନର ଶୁଣାଣି ହେବ ୟ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠକେବଳ ସାମ୍ବିଧାନିକ ମୁଦ୍ଦା ଉପରେ ଶୁଣାଣି କରିବେ । ନୂଆ ଆବେଦନ ଉପରେକେନ୍ଦ୍ରର କୌଣସି ପ୍ରଭାବ ରହିବ ନାହିଁ । ଆର୍ଟିକିଲ୍ ୩୭୦ ହଟାଇବା ବିରୋଧକରି ୨୩ଟି ଯାଚିକା ଦାଖଲ ହୋଇଛି । ଏହି ମାମଲାରେ ସର୍ବୋଚ୍ଚ ଅଦାଲତମଙ୍ଗଳବାର ଶୁଣାଣି କରି ସମସ୍ତ ପକ୍ଷକୁ ଜବାବ ଦାଖଲ କହିଛନ୍ତି । ଆସନ୍ତାଜୁଲାଇ ୨୭ ତାରିଖରେ ସମସ୍ତ ପକ୍ଷ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟନିଦେ୍ର୍ଦଶ ଦେଇଛନ୍ତି । ଧାର୍ଯ୍ୟ ସମୟ ଭିତରେ ଜବାବ ଦଖଲ ନକଲେ ପରେପରିବର୍ତ୍ତନ କରିବାକୁ କୌଣସି ଅନୁମତି ଦିଆଯିବ ନାହିଁ । ତେବେ ଏହି ମାମଲାରେପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୨ ତାରିଖ ହେବ ୟ ମଙ୍ଗଳବାର ଶୁଣାଣିବେଳେ କେନ୍ଦ୍ର ସରକାରଙ୍କ ନୂଆ ଆବେଦନ ଉପରେ ବି·ର କରିବାକୁ ମନାକରିଦେଇଥିଲେ ସୁପ୍ରିମକୋର୍ଟ । ମୁଖ୍ୟ ନ୍ୟାୟଧୀଶ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡଙ୍କନେତୃôବରେ ଗଠନ ହୋଇଥିବା ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅନୁଚ୍ଛେଦ ୩୭୦ସମ୍ପର୍କିତ ଆବେଦନ ଉପରେ ପ୍ରତିଦିନ ଶୁଣାଣି କରିବେ । ମାତ୍ର ସୋମବାର ଓଶୁକ୍ରବାର ଏହି ମାମଲାରେ ଶୁଣାଣି ହେବ ନାହିଁ । ଅନ୍ୟପଟେ ଶୁଣାଣିକୁ ସରଳ ଓସୁବିଧାଜନକ କରିବା ପାଇଁ ୨ ଆଇନଜୀବୀଙ୍କୁ ନୋଡ଼ାଲ ଓକିଲ ଭାବେ ନିୟୁକ୍ତିଦିଆଯିବ । ଅନ୍ୟପଟେ ଆଇଏଏସ ଅଧିକାରୀ ଶାହା ଫୈଜଲ ଏବଂ କାର୍ଯ୍ୟକର୍ତ୍ତାଶୋହଲା ରସିଦ୍ ଅନୁଚ୍ଛେଦ ୩୭୦କୁ ନିରସ୍ତ୍ର କରିବା ବିରୋଧରେ ଦାୟରହୋଇଥିବା ଆବେଦନକୁ ରଦ୍ଦ କରିବାକୁ କୋର୍ଟଙ୍କୁ ଗୁହାରି କରିଛନ୍ତି । ଏହି ମାମଲାରୁନିଜକୁ ସେମାନେ ଦୂରେଇ ନେବାକୁ ·ହୁଛନ୍ତି ବୋଲି କୋର୍ଟଙ୍କୁ ଜଣାଇଛନ୍ତି ।ଯାଚିକାକର୍ତ୍ତାଙ୍କ ଅନୁରୋଧକୁ ମଧ୍ୟ କୋର୍ଟ ସ୍ୱିକାର କରିଛନ୍ତି । କେନ୍ଦ୍ର ସରକାରଅନୁଚ୍ଛେଦ ୩୭୦ ହଟାଇବା ପରିବର୍ତ୍ତୀ ସ୍ଥିତି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ଧାରା୩୭୦ ହଟିବା ପରେ ଜାମ୍ମୁ-କାଶ୍ମୀରରେ ସ୍ଥିରତା ଆସିଛି । ତିନି ଦଶନ୍ଧି ହେଲାରାଜ୍ୟରେ ଲାଗିରହିଥିବା ଉତ୍ତେଜନା ସାମାନ୍ୟ ହୋଇଛି । ରାଜ୍ୟ ଲଗାତାର ପ୍ରଗତିପଥେ ଆଗେଇ ·ଲିଛି । ତିନି ବର୍ଷ ହେଲା ସ୍କୁଲ, କଲେଜ୍, ଅନ୍ୟ ସାର୍ବଜନିକସଂସ୍ଥା କୁଶଳତାର ସହିତ କାର୍ଯ୍ୟ କରୁଛନ୍ତି । ଘାଟି ଲୋକଙ୍କୁ ସମସ୍ତ ପ୍ରକାରଅଧିକାର ମିଳୁଛି । ୨୦୧୮ରେ ଆତଙ୍କବାଦୀ-ବିଚ୍ଛିନ୍ନବାଦୀ ଏଜେଣ୍ଟଙ୍କ ଦ୍ୱାରାସୁରକ୍ଷାବାହୀନ ଉପରକୁ ୧,୭୬୭ ପଥର ଫିଙ୍ଗିବା ଘଟଣା ସାମ୍ନାକୁ ଆସିଥିବାହେଲେ ଧାରା ୩୭୦ ହଟିବା ପରେ ବତ୍ତମାନ ସୁଧା ଗୋଟିଏ ବି ମାମଲା ଆସିନାହିଁବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

Leave a Reply