Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅର୍ଥନୀତିରେ କେବଳ ଜାପାନ ଓ ଜର୍ମାନୀ ନୁହେଁ ଆମେରିକା ମଧ୍ୟ ଭାରତ ପଛରେ ପଡ଼ିଯିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅର୍ଥନୀତିରେ କେବଳ ଜାପାନ ଓ ଜର୍ମାନୀ ନୁହେଁ ଆମେରିକା ମଧ୍ୟ ଭାରତ ପଛରେ ପଡ଼ିଯିବ

ନୂଆଦିଲ୍ଲୀ : ଅର୍ଥନୀତି କ୍ଷେତ୍ରରେ ବିକଶିତ ଦେଶକୁ ଟପିଯିବ ଭାରତ । କେବଳ ଜାପାନ ଓ ଜର୍ମାନୀ ନୁହେଁ ଆମେରିକା ମଧ୍ୟ ଭାରତ ପଛରେ ପଡ଼ିଯିବ । ବିଦେଶୀ ରାଷ୍ଟ୍ର ଉପରୁ ର୍ନିଭରତା କମିବ । ୨୦୭୫ ସୁଦ୍ଧା ଭାରତ ବିଶ୍ୱ ଦ୍ୱିତୀୟ ବୃହତ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ର ବିନିଯିବ । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ଗୋଲ୍ଡେନ ସ୍ୟାକ୍ସ । ଅର୍ଥଶାସ୍ତ୍ରୀ ଶାନ୍ତନୁ ସେନଗୁପ୍ତା କହିଛନ୍ତି, ଆସନ୍ତା ଦୁଇ ଦଶକ ମଧ୍ୟରେ ଭାରତର ର୍ନିଭରତା ଅନୁପାତ ଅର୍ଥନୀତି କ୍ଷେତ୍ରୀୟ ବ୍ୟବସ୍ଥାରେ ହ୍ରାସ ପାଇବ । ନିବେଶ ବ୍ୟାଙ୍କ ନିଜ ରିପୋର୍ଟରେ ଲେଖିଛି, ଉଦ୍ଭାବନ, ଟେକ୍ନୋଲୋଜି, ଉଚ୍ଚ ପୁଞ୍ଜି ନିବେଶ ଏବଂ ବଢୁଥିବା ଶ୍ରମିକଙ୍କ ଆବଶ୍ୟକତା ଆସନ୍ତା ବର୍ଷ ମାନଙ୍କରେ ଭାରତକୁ ସହଯୋଗ କରିବ । ଗୋଲ୍ଡେନ ସ୍ୟାକ୍ସର ଅର୍ଥଶାସ୍ତ୍ରୀ ଶାନ୍ତନୁ ସେନଗୁପ୍ତା କହିଛନ୍ତି, ଭାରତରେ ଦ୍ରୁତଗତିରେ ବଢ଼ୁଥିବା ଜନସଂଖ୍ୟାର ସମ୍ଭାବନାକୁ ଖୋଲିବାର ·ବି ହେଉଛି ଏହାର ଶ୍ରମଶକ୍ତିର ଅଂଶଗ୍ରହଣକୁ ବୃଦ୍ଧି କରିବା । ସେ କହିଛନ୍ତି, ଭାରତ ଆସନ୍ତା ୨୦ ବର୍ଷ ପର୍ଯ୍ୟନ୍ତ ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ଉପରେ ର୍ନିଭରତା ଅନୁପାତ ହ୍ରାସ ପାଇବ । ତେଣୁ ଭାରତରେ ପୁଞ୍ଜି ନିବେଶ କରିବା ଓ ବୁନିଆଦି ଢାଞ୍ଚାରେ ବିକାଶକୁ ଜାରି ରଖିବା ପାଇଁ ଏହା ସଠିକ୍ ସୟମ ବୋଲି କହିଛନ୍ତି । ଗୋଲ୍ଡେନ ସ୍ୟାକ୍ସ ରିପୋର୍ଟ ଅନୁଯାୟୀ, ଘରୋଇ ଉତ୍ପାଦନ, ଉଦ୍ଭାବନ, ଟେକ୍ନୋଲୋଜି, ଉଚ୍ଚ ପୁଞ୍ଜି ନିବେଶ ପାଇଁ ଏହା ଉପଯୁକ୍ତ ସମୟ । ଏହା ଦ୍ୱାରା ଦେଶରେ ନିଯୁକ୍ତି ସୁଯୋଗ ବଢ଼ିବା ସହିତ ଶ୍ରମଶକ୍ତିର ଉଚିô ବ୍ୟବହାର ପାଇଁ ସୁଯୋଗ ମିଳିବ । ଗୋଲ୍ଡେନ ସ୍ୟାକ୍ସ ରିପୋର୍ଟ ଅନୁଯାୟୀ, ଉଚ୍ଚ ପୁଞ୍ଜି ନିବେଶ ଭାରତ ବିକାଶରେ ଗୁରୁôବପୂର୍ଣ୍ଣ ଗ୍ରହଣ କରିବ । ର୍ନିଭରତା ଅନୁପାତ ହ୍ରାସ, ଆୟ ବୃଦ୍ଧି ବଢ଼ିବ ଏବଂ ଅର୍ଥନୀତି କ୍ଷେତ୍ରରେ ବିକାଶ ସହିତ ଭାରତର ଆୟକୁ ବୃଦ୍ଧି ପାଇବାର ଆଶା ରହିଛି । ଗତ ୧୫ ଦିନରେ ଭାରତର ଶ୍ରମଶକ୍ତି ଅଂଶଗ୍ରହଣ ଦର ହ୍ରାସ ପାଇଛି । ଶ୍ରମଶକ୍ତି ଅଂଶଗ୍ରହଣରେ ପୁରୁଷ ଅପେକ୍ଷା ମହିଳାଙ୍କ ଭାଗିଦାରୀ କମ୍ ରହିଛି । ଏଥିରେ କୁହାଯାଇଛି ଭାରତରେ କେବଳ ୨୦ ପ୍ରତିଶତ ଯୁବତୀ ରୋଜଗାର କରୁଛନ୍ତି ।

Leave a Reply