Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଇଏସ୍ଆଇ ସହ ଲିଙ୍କ୍ ନେଇ ଖୋଳତାଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଇଏସ୍ଆଇ ସହ ଲିଙ୍କ୍ ନେଇ ଖୋଳତାଡ

ଓଟିପି ସେୟାରିଂରେ ପାକିସ୍ତାନ ଆତଙ୍କୀ ଲିଙ୍କ ମାମଲା । ଗଣମାଧ୍ୟମରେ ମୁହଁ ଖୋଲିଛି ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେ । ସେ ନିଦେ୍ର୍ଦାଷ, ତା ଅଜାଣତରେ ତାର ସିମ୍ ବ୍ୟବହାର ହୋଇଥିବା ଅଭିଜିତ୍ କହିଛି । ସେ ଓଡ଼ିଶାର ପଠାଣି ସାମନ୍ତ ଲେଙ୍କା ପାଖକୁ ବହୁବାର ଟଙ୍କା ଦେଇଥିବା ସ୍ୱୀକାର କରିଛି । ତେବେ ସଗ୍ଦସ କିମ୍ବା ପାକିସ୍ତାନ ବକ୍ସଜ୍ଞଚ୍ଚ ସଦ୍ଭଗ୍ଧରକ୍ଷକ୍ଷସଶରଦ୍ଭମର ବରିଷ୍ଠ ଅଧିକାରୀଙ୍କ ସହ ଲିଙ୍କ ସଂପର୍କରେ ସେ କିଛି କହିନସେମାନଙ୍କ ପ୍ରରୋଚନାରେ ପଡ଼ି କେତେଟଙ୍କା, କେତେ ଥର ଦେଇଛି ସେ ବାବଦରେମଧ୍ୟ ମୁହଁ ଖୋଲିନି । ଡାନିସ ଓ ଖୁରାମଙ୍କୁସେ ଜାଣିନଥିବା କି ଆଇଏସଆଇଏଜେଣ୍ଟଙ୍କ ସହ କଥା ହୋଇନଥିବା କହିଛି ।ସତ ଖୋଜିବାକୁ ଆଜି ଜାମ୍ବୁରେକୁ ଜେରାକରିବାକୁ ଭୁବନେଶ୍ୱରରେ ପହଞ୍ଚିଛିଏନଆଇଏ ।ରିମାଣ୍ଡର ତୃତୀୟ ଦିନରେଅଭିଜିତକୁ ମିଳିତ ଜେରା କରୁଛନ୍ତିଏସଟିଏଫ୍, ଏଟିଏସ ଓ ଆଇବି । ଅଭିଜିତସ୍ଲିପର ସେଲ୍ ଭଳି କାମ କରି ଆସୁଥିଲା ।ଟେରର ଫଣ୍ଡିଂ ନେଇ ମଧ୍ୟ ସତ ସନ୍ଧାନରେଲାଗିଛି ତଦନ୍ତକାରୀ ଟିମ୍ । ଅଭିଜିତ ୫ଟ ନମ୍ବର ଭିତରୁ ୩ଟି ନମ୍ବରରେ ପାକିସ୍ତାନଏଜେଣ୍ଟଙ୍କ ସହ କଥା ହେଉଥିବାା ପ୍ରମାଣମିଳିଛି । କାହିଁକି ଫାଙ୍କୁଛି ତାର ଖୋଳତାଡ଼କରିବ ତଦନ୍ତକାରୀ ଟିମ୍ । ମୁମ୍ବାଇରେ ଥିବାବ୍ୟାଙ୍କ ଆକାଉଣ୍ଟ ବିବରଣୀ ମାଗିବଏସଟିଏଫ୍ ।ଇଣ୍ଟେଲିଜେନ୍ସ ୟୁନିଟକୁଅଭିଜିତ ସହ ଅନ୍ୟ ଅଭିଯୁକ୍ତଙ୍କ ଆର୍ଥôକ କାରବାରର ତଥ୍ୟ ମାଗିଛି ଏସଟିଏଫ୍ ।କେଉଁ ସବୁ ଆକାଉଣ୍ଟରୁ କେତେ ଟଙ୍କାଆସିଛି ତାହା ଜାଣିବା ପାଇଁ ଚାହୁଁଛିଏସଟିଏଫ୍ । ଅଭିଜିତ ଆକାଉଣ୍ଟକୁପାକିସ୍ତାନରୁ ଟଙ୍କା ଆସିଛି କି ? ପାକିସ୍ତାନଇଣ୍ଟେଲିଜେନ୍ସଙ୍କ କଥାରେ ଆଇଏସଆଇଏଜେଣ୍ଟଙ୍କୁ କେତେ ଟଙ୍କା ଦେଇଥିଲେଅଭିଜିତ ଭାରତରେ କେତେ ପାକିସ୍ତାନୀଏଜେଣ୍ଟ ସକ୍ରିୟ ଅଛନ୍ତି ମେ ୧୪ରେଓଟିପି ସେୟାରିଂରେ ଗିରଫ ହୋଉଥିବାପଠାଣି ସାମନ୍ତ ଲେଙ୍କା, ସୌମ୍ୟରଞ୍ଜନମହାନ୍ତି, ସରୋଜ ପଟ୍ଟନାୟକଙ୍କ ସମେତ୫ ଜଣଙ୍କ ସହ ଅଭିଜିତଙ୍କ କି ସମ୍ପର୍କ ରହିଛି । ଏସବୁ ପ୍ରଶ୍ନ ଉତ୍ତର ଜାଣିବାକୁ ଚାହୁଁଛିତଦନ୍ତକାରୀ ଟିମ୍ ।ଅନ୍ୟପଟେ ଓଡ଼ିଶାରୁପାକିସ୍ତାନ ପାଇଁ ଗୁଇନ୍ଦାଗିରି ଚାଲିଥିବାଘଟଣାରେ ପୁଣେରୁ ଗିରଫ ହୋଇଥିବାଅଭିଜିତ ସଞ୍ଜୟଜାମ୍ବୁରେର ପାକିସ୍ତାନ, ଆଇଏସ୍ଆଇ ଓ ନାଇଜେରିଆ ଲିଙ୍କ୍ ସାମ୍ନାକୁ ଆସିଥିବାରୁ ତାକୁକ୍ରାଇମ୍ବ୍ରଞ୍ଜ ଏସ୍ଟିଏଫ୍ ଟିମ୍ ରିମାଣ୍ଡରେ ଆଣି ମାରାଥାନ ଜେରା କରିଛି । ଆଜି ତୃତୀୟଦିନରେ ଏନଆଇଏ, ଆଇବି, ଏସଟିଏଫ ଗୁଡ଼ାଇ ତୁଡାଇ ପ୍ରଶ୍ନ କରିଥିବାବେଳେ ଆଜିଏକ ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି । ଅଭିଜିତକୁ ନେଇ ସାମ୍ନାକୁ ଆସୁଛି ହନିଟ୍ରାପ ମାମଲା । ବାସ୍ତବରେ ନୁର ଫାତିମା ନାମ୍ନୀ ପାକିସ୍ତାନକ୍ସ ଜଣେ ମହିଳାଙ୍କ ସହ ସିଏ ସମ୍ପର୍କରେ ଥିବାଜଣାପଡିଛି । ଏହି ନୁର ଫାତିମାଙ୍କ ସହ ଅଭିଜିତର କଣ ସମ୍ପର୍କ ରହିଛି ସେନେଇପଚରାଉଚରା ଜାରି ରହିଛି । ଏହି ନୁର ଫାତିମାଙ୍କ ସହ ପାକିସ୍ତାନ ଆର୍ମିର ବରିଷ୍ଠ ଗୁଇନ୍ଦାଅଧିକାରୀ ଅବଦୁଲ ହମିଦ ସହ ଘନିଷ୍ଠ ସମ୍ପର୍କ ରହିଛି । ହମିଦ ନୁର କୁ ହନି ଟ୍ରାପ ରେବ୍ୟବହାର କରିଥିବା ମଧ୍ୟ ଜଣା ପଡୁଛି । ଅନ୍ୟପକ୍ଷରେ ପଠାଣି ସାମନ୍ତର ମଧ୍ୟ ନୁର ଫାତିମାସହ ଘନିଷ୍ଠତା ଥିବା ଜଣାପଡୁଛି । ଏଥିପାଇଁ ଏବେ ଅଭିଜିତଙ୍କ ମହିଳା ବନ୍ଧୁ କିଏ ରହିଛନ୍ତିକାହା ସହ ତାଙ୍କର ରିଲେସନସିପ ଅଛି କି ନାହିଁ ସେନେଇ ପଚରାଉଚରା ଚାଲିଥିବା ସୂଚନାମିଳିଛି । ପ୍ରକାଶ ଥାଉ କି, ମାସକୁ ୫୦ ହଜାର ଟଙ୍କା ଲୋଭରେ ନୟାଗଡ଼ ଇଟାମାଟିରପଠାଣି ସାମନ୍ତ ଲେଙ୍କା, ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ ଓ ଯାଜପୁରଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ବିଭିନ୍ନ ତଥ୍ୟଯେଗାଇ ଆସୁଥିଲେ । ମେ ୧୪ରେ ପ୍ରଥମେ ଏସ୍ଟିଏଫ୍ ସେମାନଙ୍କୁ ଗିରଫ କରିବା ସହସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ଲ୍ୟାପ୍ଟପ, ୪୭ଟି ସିମ୍କାର୍ଡ, ୬୧ଟିଏଟିଏମ୍ କାର୍ଡ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ପରେ ଆତଙ୍କୀଲିଙ୍କ୍ର ଗୁମର ପଦାକୁ ଆସିଥିଲା ା

Leave a Reply