Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲଦାଖ ସୀମାରେ ଭାରତୀୟ ସେନାର ଯୁଦ୍ଧାଭ୍ୟାସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲଦାଖ ସୀମାରେ ଭାରତୀୟ ସେନାର ଯୁଦ୍ଧାଭ୍ୟାସ

ଲଦାଖ: ବିଗତ ୪ ବର୍ଷ ହେଲା ଚୀନ୍ ସହ ଲଦାଖ ସୀମାରେ ବିବାଦ ଲାଗିରହିଥିବା ବେଳେ ଶନିବାର ଭାରତୀୟ ସେନା ସେଠାରେ ଯୁଦ୍ଧାଭ୍ୟାସ କରିଛି । ନ୍ୟୋମା ସେନା ଷ୍ଟେସନରେ ନୂଆ ଯୁଦ୍ଧ ଟ୍ୟାଙ୍କ, ତୋପ ଏବଂ ବିଭିନ୍ନ ଅସ୍ତ୍ରଶସ୍ତ୍ର ସଜ୍ଜିତ ଗାଡ଼ି ମୁତୟନ କରାଯାଇଛି । ଏଥିରେ ଟି-୯୦ ଏବଂ ଟି-୭୨ଟ୍ୟାଙ୍କ ଓ ଧନୁଷ ହାୱିଜର୍ ତୋପଠାରୁ ଆରମ୍ଭ କରି ଏମ୍୪ କ୍ୱିକ୍ ରିଆକ୍ସନ୍ ଫୋର୍ସ ଭେଇକିଲ୍ ଆଦି ସାମିଲ ରହିଛି । ଏଥିସହ ପାହାଡ଼ରେ ଚାଲିପାରୁଥିବା ଅଲ୍ଟରେନ୍ ଭେଇକିଲ୍ ବି ନିୟୋଜିତ ହୋଇଛି । ଏହି ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ଯାନକୁ ନେଇ ଭାରତୀୟ ସେନା ସିନ୍ଧୁ ନଦୀ କୂଳରେ ପ୍ରାୟ ୧୪,୫୦୦ ଫୁଟ ଉଚ୍ଚତାରେ ଯୁଦ୍ଧାଭ୍ୟାସ କରିଛି । ଏହାର ଅନେକ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି ।ସ୍ୱଦେଶୀ ଧନୁଷ ହାୱିଜର୍ ହେଉଛି ବୋଫର୍ସତୋପର ଉନ୍ନତ ଭର୍ସନ । ଆର୍ଟିଲେରି ରେଜିମେଣ୍ଟରକ୍ୟାପଟେନ୍ ଭି ମିଶ୍ର କହିଛନ୍ତି, ଧନୁଷ ହାୱିଜର୍ ୪୮କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟକୁ ହମ୍ଲା କରିପାରିବ ।ଏହାକୁ ଗତବର୍ଷ ପୂର୍ବ ଲଦାଖ ସେକ୍ଟରରେ ମୁତୟନକରାଯାଇଥିଲା । ସେହିଭଳି ନିବୁଜ ସେନା ଗାଡ଼ିଏମ୍୪ ବେଶ୍ ଶକ୍ତିଶାଳୀ । ଏହା ୫୦ କିଲୋଗ୍ରାମ୍ପର୍ଯ୍ୟନ୍ତ ଆଇଇଡିକୁ ସହ୍ୟ କରିପାରିବ । ଦୁର୍ଗମ ଅଞ୍ଚଳରେ ଏହି ଗାଡ଼ି ଘଣ୍ଟା ପ୍ରତି ୬୦-୮୦ କିମି ବେଗରେ ଯାଇପାରିବ । ଏଥିସହ ଅଲ୍-ଟରେନ୍ ଗାଡ଼ି ଥରକେ ୪-୬ ଜଣ ଯବାନଙ୍କୁ ନେଇ ଯାଇପାରିବ । ଯବାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ପଠାଇବା ପାଇଁ ଏହାକୁ ବ୍ୟବହାର କରାଯାଉଛି । ସେନାର ସର୍ଭେଲାନ୍ସକୁ ମଜଭୁତ ବନାଇବା ପାଇଁ ନୂଅ ରଜକ ସିଷ୍ଟମ୍କୁ ସାମିଲ କରାଯାଇଛି । ଏହା ୧୫ କିଲୋମିଟରରୁ ଅଧିକ ଦୂରରୁ ସୈନ୍ୟ ଏବଂ ୨୫ କିଲୋମିଟର ଦୂରରୁ ଯାନଗୁଡ଼ିକର ପତ୍ତା ଲଗାଇ ପାରିବ । ଏହା ପୂର୍ବରୁ ବାୟୁ ସେନା ଜୁନ୍ ୧୧ରେ ସେନା ସହ ଏକ ମିଳିତ ଯୁଦ୍ଧାଭ୍ୟାସ କରିଥିଲା । ସେହିଭଳି ଜୁନ୍ ୧୦ରେ ଆରବ ସାଗରରେ ସବୁଠୁ ବଡ଼ ସମରାଭ୍ୟାସ କରିଥିଲା ନୌସେନା ।

Leave a Reply