Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଖାଲିସ୍ତାନୀ ଆନେ୍ଦାଳନକାରୀଙ୍କୁ ମହଙ୍ଗା ପଡିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଖାଲିସ୍ତାନୀ ଆନେ୍ଦାଳନକାରୀଙ୍କୁ ମହଙ୍ଗା ପଡିଛି

ଟୋରେଣ୍ଟୋ : କାନାଡ଼ାସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଖାଲିସ୍ତାନୀ ଆନେ୍ଦାଳନକାରୀଙ୍କୁ ମହଙ୍ଗା ପଡିଛି । ବିକ୍ଷୋଭକାଳରେ ଦୂତାବାସ ଆଖପାଖ ଅଞ୍ଚଳରେ ରହୁଥିବା ଭାରତୀୟ ଜାତୀୟ ପତାକା ସହ ପହଞ୍ଚିବା ସାଙ୍ଗକୁ ଭାରତମାତ କି ଜୟକାର ଧୋନୀରେ ଗଗନ ପବନ ପ୍ରକମ୍ପିତ କରିଛନ୍ତି । ଫଳରେ ଭାରତୀୟଙ୍କ ଆଗରେ ଖାଲିସ୍ତାନୀଙ୍କ ଆନେ୍ଦାଳନ ଫିକା ପଡିଯାଇଛି । ଏହି ପରସ୍ପର ବିରୋଧୀ ବିକ୍ଷୋଭର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲହେବାରେ ଲାଗିଛି । ଭିଡିଓରୁ ଯାହା ଦେଖାଯାଉଛି ବିକ୍ଷୋଭକରିବାକୁ ଆସିଥିବା ଖାଲିସ୍ତାନୀଙ୍କ ତୁଳନାରେ ଭାରତୀୟଙ୍କ ସଂଖ୍ୟା ସେଠାରେ ଢେର ଅଧିକ ଥିଲା । ସଡକର ଗୋଟିଏ ପଟେ ଭାରତୀୟ ତ୍ରୀରଙ୍ଗା ଧରି ଭାରତ ମାତାର ଜୟକାର ଧ୍ୱନୀ ଦେଉଥିବା ବେଳେ ସଡ଼କର ଅପରପାଶ୍ୱର୍ରେ ମୁଷ୍ଟିମେୟ ଖାଲିସ୍ତାନୀ ସମର୍ଥକ ଭାରତ ବିରୋଧୀ ସ୍ଲୋଗାନ ଦେଉଥିବା ଦେଖାଯାଇଛି ।ଯାହା ଭାରତ ମାତାକି ଜୟ ଧ୍ୱନୀ ଆଗରେ ନିଜର ଆପତ୍ତି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଗତ ଦିନରେ କାନାଡାର ଖାଲିସ୍ତାନୀ ନେତା ହପଦୀପ ସିଂହ ନିଜ୍ଜରକୁ କେହି ଅଜ୍ଞାତ ଆତତାୟୀ ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ଶତାଧିକଖାଲିସ୍ତାନୀ ସମର୍ଥକ ଜୁଲାଇ ୮ ତାରିଖଦିନ ଭାରତୀୟ ଦୂତାବାସ ସମ୍ମୁଖରେବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେକାନାଡାରେ ରହୁଥିବା ଭାରତୀୟମାନେଏହାର ଜବାବ ଦେଇଛନ୍ତି ।

Leave a Reply