Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହିଳାଙ୍କୁ ବ୍ୟୁଟି ପାର୍ଲର ଯିବା ଉପରେ ବି ତାଲିବାନର କଟକଣା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହିଳାଙ୍କୁ ବ୍ୟୁଟି ପାର୍ଲର ଯିବା ଉପରେ ବି ତାଲିବାନର କଟକଣା

କାବୁଲ : ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ମହିଳାମାନଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି । ବର୍ତ୍ତମାନ ସୁଦ୍ଧା ତାଲିବାନ ପକ୍ଷରୁ ମହିଳାମାନଙ୍କୁ କାମ କରିବା, ପଢ଼ିବା ଏବଂ ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଥିଲା । କିନ୍ତୁ ଏବେ ମହିଳାଙ୍କୁ ବ୍ୟୁଟି ପାର୍ଲର ଯିବା ଉପରେ ବି କଟକଣା ଜାରି କରାଯାଇଛି । ତାଲିବାନର ଉପାଧ୍ୟକ୍ଷ ଏବଂ ନୈତିକତା ମନ୍ତ୍ରଣାଳୟ ମଧ୍ୟ କାବୁଲ ମ୍ୟୁନିସିପାଲିଟିକୁ ତାଲିବାନ ନେତାଙ୍କ ନୂତନ ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିବା ଏବଂ ମହିଳାଙ୍କ ବ୍ୟୁଟି ପାର୍ଲର ଲାଇସେନ୍ସ ରଦ୍ଦ କରିବାକୁ ନିଦେ୍ର୍ଦଶ ଦେଇଛି । ତାଲିବାନର ଉପାଧ୍ୟକ୍ଷ ଏବଂ ନୈତିକତା ମନ୍ତ୍ରଣାଳୟର ପ୍ରତିନିଧି ମହମ୍ମଦ ଆକିଫ୍ ମହାଜାର ଟୋଲୋ ନ୍ୟୁଜକୁ କହିଛନ୍ତି ଯେ ତାଲିବାନ ସରକାର କାବୁଲ ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମହିଳାଙ୍କ ବ୍ୟୁଟି ପାର୍ଲର ଉପରେ ପ୍ରତିବନ୍ଧକ ଲଗାଇଛି । ତାଲିବାନର ନିଦେ୍ର୍ଦଶକୁ ବିରୋଧ କରି ମେକଅପ୍ ଆର୍ଟିଷ୍ଟ ରେହାନ୍ ମୁବାରିଜ୍ କହିଛନ୍ତି, “ଆଫଗାନିସ୍ତାନରେ ପୁରୁଷମାନେ ବେରୋଜଗାର ହୋଇଯାଇଛନ୍ତି । ଯେତେବେଳେ ପୁରୁଷମାନେ ବେରୋଜଗାର ହୋଇ ନିଜ ପରିବାରର ଯନô ନେଇ ପାରନ୍ତି ନାହିଁ, ସେତେବେଳେ ମହିଳାମାନେ ପରିବାର ଚଳାଇବାକୁ ବିୟୁଟି ପାର୍ଲରରେ କାମ କରିବାକୁ ବାଧ୍ୟ ହୁଅନ୍ତି । ଯଦି ସେମାନଙ୍କୁ ସେଠାରେ ନିଷିଦ୍ଧ କରାଯାଏ, ତେବେ ଆମେ କ’ଣ କରିପାରିବୁ? ଯଦି ପରିବାରର ପୁରୁଷମାନଙ୍କୁ ଚାକିରି ମିଳେ, ତେବେ ଆମେ ଘରୁ ବାହାରକୁ ଯିବୁ ନାହିଁ । କିନ୍ତୁ ଏବେ ଆମେ କ’ଣ କରିବୁ? ଆମକୁ ଭୋକ ଉପାସରେ ରହିବାକୁ ପଡ଼ିବ ।”

Leave a Reply