Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
‘ନ୍ୟାୟିକ ସମାନତା ପାଇଁ ୟୁସିସି ଜରୁରୀ’-ଆରିଫ ଅହମ୍ମଦ ଖାଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

‘ନ୍ୟାୟିକ ସମାନତା ପାଇଁ ୟୁସିସି ଜରୁରୀ’-ଆରିଫ ଅହମ୍ମଦ ଖାଁ

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତା (ୟୁସିସି) ସପକ୍ଷରେ ଯୁକ୍ତି ବାଢିଛନ୍ତି କେରଳ ରାଜ୍ୟପାଳ ଆରିଫ ଅହମ୍ମଦ ଖାଁ । ଆରିଫ କହିଛନ୍ତି ଯେ ଦେଶରେ ପ୍ରଚଳିତ ବିଭିନ୍ନ ସମ୍ପ୍ରଦାୟ ଓ ଜାତି ପ୍ରଥାରେ ସମାନତା ଆଣିବା ୟୁସିସିର ଉଦେ୍ଦଶ୍ୟ ନୁହେଁ । ବରଂ ଦେଶରେ ନ୍ୟାୟିକ ସମାନତା ଆଣିବା ଲାଗି ୟୁସିସିର କାର୍ଯ୍ୟକାରୀତା ବହୁତ ଜରୁରୀ । ତେଣୁ ଧର୍ମ ନିର୍ବିଶେଷରେ ଦେଶର ପ୍ରତ୍ୟେକ ନାଗରିକଙ୍କ ଲାଗି ବିବାହ, ଛାଡପତ୍ର, ଉତ୍ତରାଧିକାରୀ ଓ ପୋଷ୍ୟ ସନ୍ତାନ ଗ୍ରହଣ ଆଦି କ୍ଷେତ୍ରରେ ୟୁସିସି ଲାଗୁ ହେବା ଦରକାର । ରାଜ୍ୟପାଳ ଆରିଫ କହିଛନ୍ତି ଯେ ମୁସଲିମ୍ ପର୍ସନାଲ ଲ’ ଯଦି ଇସଲାମ ଧର୍ମର ଅବିଚ୍ଛେଦ୍ୟ ଅଂଶ ତେବେ ଏପରି ଆଇନ କାର୍ଯ୍ୟକାରୀ ହେଉ ନଥିବା ଦେଶରେ କାହିଁକି ମୁସଲମାନମାନେ ରହୁଛନ୍ତି । ଆମେରିକା ଓ ୟୁରୋପୀୟ ରାଷ୍ଟ୍ରରେ ମୁସଲିମ୍ ପର୍ସନାଲ ଲ’ କାର୍ଯ୍ୟକାରୀ ହେଉ ନଥିବାବେଳେ ଏଠାରେ ବାସ କରିବାକୁ ସମସ୍ତେ କାହିଁକି ବ୍ୟାକୁଳ ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଆମେରିକା, ୟୁରୋପ ଏପରିକି ପାକିସ୍ତାନରେ ମୁସଲମାନମାନେ ବିନା ପର୍ସନାଲ ଲ’ରେ ବାସ କରିପାରୁଛନ୍ତି । ମାତ୍ର ଭାରତରେ ପର୍ସନାଲ ଲ’ ବିନା ମୁସଲମାନମାନେ କାହିଁକି ବାସ କରିପାରିବେ ନାହିଁ । ୟୁସିସି କାର୍ଯ୍ୟକାରୀ ଦ୍ୱାରା ମୁସଲମାନମାନେ ‘ନିକାହ’ ମାଧ୍ୟମରେ ବିବାହ କରାଇପାରିବେ ନାହିଁ ବୋଲି ଯେଉଁ ପ୍ରଚାର କରାଯାଉଛି ତାହା ମିଥ୍ୟା । ୟୁସିସି କାର୍ଯ୍ୟକାରୀ ସତ୍ତ୍ୱେ ସମସ୍ତ ସମ୍ପ୍ରଦାୟ ନିଜ ନିଜର ପ୍ରଥା ଓ ପରମ୍ପରାକୁ କାର୍ଯ୍ୟକାରୀ କରିପାରିବ । ମାତ୍ର ଆଇନଗତ କ୍ଷେତ୍ରରେ ସମସ୍ତଙ୍କ ପାଇଁ ସମାନ ଆଇନ କାର୍ଯ୍ୟକାରୀ ହେବ । ଆରିଫ ଆହୁରି କହିଛନ୍ତି ଯେ ମୋଗଲ ସମ୍ରାଟମାନେ ଦେଶକୁ ଦୀର୍ଘବର୍ଷ ଶାସନ କରିବା ସତ୍ତ୍ୱେ ମୁସଲମାନ ଆଇନ କାର୍ଯ୍ୟକାରୀ କରି ନଥିଲେ । ଇଂରେଜ ସରକାର ଏପରି ଆଇନ କାର୍ଯ୍ୟକାରୀ କରିଛନ୍ତି । ସେମାନେ ଭାରତକୁ ଏକ ଦେଶ ବୋଲି ବିବେଚନା କରୁ ନଥିଲେ । ଭାରତକୁ ଇଂରେଜମାନେ ବିଭିନ୍ନ ସମ୍ପ୍ରଦାୟର ସାମୂହିକ ବାସସ୍ଥାନ ବିବେଚନା କରୁଥିଲେ । ଆରିଫଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି କେରଳର ସାଂସଦ ଇଟି ମହମ୍ମଦ ବାସିର । ବାସିର କହିଛନ୍ତି ଯେ ୟୁସିସି କୌଣସି ପ୍ରକାରେ ମୁସଲମାନ ସମ୍ପ୍ରଦାୟକୁ ପ୍ରଭାବିତ କରିବ ନାହିଁ । ୟୁସିସି ଦ୍ୱାରା ମୁସଲମାନ ସମ୍ପ୍ରଦାୟ ପ୍ରଭାବିତ ହେବା କଥା ଯେଉଁମାନେ କହୁଛନ୍ତି ସେମାନଙ୍କର ଅନ୍ୟ ସ୍ୱାର୍ଥ ରହିଛି ।

Leave a Reply