Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଦଳିଲା ଅଯୋଧ୍ୟା ଷ୍ଟେସନର ନାଁ, ଏବେ ହେଲା ‘ଅଯୋଧ୍ୟା ଧାମ’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଦଳିଲା ଅଯୋଧ୍ୟା ଷ୍ଟେସନର ନାଁ, ଏବେ ହେଲା ‘ଅଯୋଧ୍ୟା ଧାମ’

ନୂଆଦିଲ୍ଲୀ: ଡିସେମ୍ବର ୩୦ରେ ଅଯୋଧ୍ୟାରେ ହେବାକୁ ଥିବା ରେଲୱେ ଷ୍ଟେସନ ଏବଂ ଏୟାରପୋର୍ଟର ଉଦ୍‌ଘାଟନ ପୂର୍ବରୁ ରେଳବାଇ ଅଯୋଧ୍ୟା ଜଙ୍କସନର ନାମ ପରିବର୍ତ୍ତନ କରିଛି । ଏଣିକି ଏହି ରେଲୱେ ଷ୍ଟେସନ ଏବେ ‘‘ଅଯୋଧ୍ୟା ଧାମ’’ ନାମରେ ଜଣାଯିବ । ବିଜେପି ସାଂସଦ ଲଲ୍ଲୁ ସିଂହ ବୁଧବାର ଏକ୍ସ ରେ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି । ଏହି ନାମ ପରିବର୍ତ୍ତନ ପାଇଁ ଉତ୍ତର ପ୍ରଦେଶ ସରକାର ଭାରତୀୟ ରେଳବାଇକୁ ଏକ ପ୍ରପୋଜାଲ ଦେଇଥିଲେ । ଯାହାକୁ ସ୍ୱୀକାର କରାଯାଇଛି । ଉଲ୍ଲେଖଯୋଗ୍ୟ, ଅଯୋଧ୍ୟାରେ ଆସନ୍ତା ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ । ଯେଉଁଥିରେ ପିଏମ ମୋଦୀ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏହା ପର୍ବରୁ ଡିସେମ୍ବର ୩୦ରେରେ ପିଏମ ଅଯୋଧ୍ୟାରେ ଏହି ନୂଆ ଏୟାରପୋର୍ଟରେ ଏବଂ ନବନିର୍ମିତ ରେଲୱେ ଷ୍ଟେସନର ଉଦ୍‌ଘାଟନ ମଧ୍ୟ କରିବେ ।

Leave a Reply