Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରେ ୩୦ ଡିସେମ୍ବର ଦିନ ହେବ ପ୍ରାଣ ପ୍ରତିଷ୍ଠା ଆୟୋଜନର ଗ୍ରାଣ୍ଡ ରିହର୍ସଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରେ ୩୦ ଡିସେମ୍ବର ଦିନ ହେବ ପ୍ରାଣ ପ୍ରତିଷ୍ଠା ଆୟୋଜନର ଗ୍ରାଣ୍ଡ ରିହର୍ସଲ

ଅଯୋଧ୍ୟା : ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଆଜିଠାରୁ ଠିକ୍ ଏକମାସ ପରେ । ଯୋଗୀ ସରକାର ୨୨ ଜାନୁଆରୀ ୨୦୨୪କୁ ହେବାକୁ ଥିବା ବିଶାଳ ଆୟୋଜନର ଗ୍ରାଣ୍ଡ ରିହର୍ସଲ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆଗାମୀ ୩୦ ଡିସେମ୍ବରକୁ ଅଯୋଧ୍ୟାରେ ଏୟାରପୋର୍ଟ ଏବଂ ରେଲୱେ ଷ୍ଟେସନର ଉଦ୍‌ଘାଟନ ଅବସରରେ ଅଯୋଧ୍ୟାର ସାଜସଜ୍ଜାର ବ୍ୟବସ୍ଥା ଠିକ୍ ସେହିପରି ହେବ ଯେପରି ୨୨ ଜାନୁଆରୀକୁ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କରାଯିବ । ଏଥିପାଇଁ ୩ ଡିସେମ୍ବର ପ୍ରସ୍ତୁତିକୁ ୨୨ ଜାନୁଆରୀ ପାଇଁ ଗ୍ରାଣ୍ଡ ରିହର୍ସଲକୁ ଜଣାଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗ୍ରାଣ୍ଡ ରିହର୍ସଲର ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୩୦ ଡିସେମ୍ବରକୁ ଅଯୋଧ୍ୟାକୁ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ, ଭବ୍ୟ ରେଲୱେ ଷ୍ଟେସନ ସହିତ ହଜାର କୋଟିର ଯୋଜନାକୁ ଉପହାର ଦେବେ ।

Leave a Reply