Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାପାନରେ ଶ୍ରୀଜଗନ୍ନାଥଙ୍କ ପ୍ରାଣପ୍ରତିଷ୍ଠ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାପାନରେ ଶ୍ରୀଜଗନ୍ନାଥଙ୍କ ପ୍ରାଣପ୍ରତିଷ୍ଠ

ପୁରୀ : ଜୁଲାଇ ୨ ତାରିଖରେ, ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା, ଶ୍ରୀ ଜଗନ୍ନାଥ ପ୍ରାଣ ପ୍ରତିଷ୍ଠା ଏବଂ ପ୍ରଥମ ରଥଯାତ୍ରାର ଏକ ବିଶାଳ ସମାରୋହ ଜାପାନର ଇବାରାକି ରାଜ୍ୟର ବାନେ୍ଦା ସହରରେ ଭାରତୀୟ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ହୋଇଥିଲା । ବୁଦ୍ଧଙ୍କ ଦେଶ ଜାପାନ ଏବଂ ଶ୍ରୀ ରାମ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ସ୍ଥାପନା ନିଶ୍ଚିତ ଭାବେ ଉଲ୍ଲେଖନୀୟ । ଧାର୍ମିକ ବିଶ୍ୱାସ ଅନୁସାରେ ପ୍ରଭୁ ରାମ ତ୍ରେତୟା ଯୁଗରେ ଶ୍ରୀକୃଷ୍ଣଙ୍କ ଦ୍ୱାପର ଯୁଗରେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଏହି କାଲିଯୁଗରେ ଆବିର୍ଭାବ । ପ୍ରଭୁ ଜଗନ୍ନାଥଙ୍କ ସହ ଜାପାନର ଏହା ପ୍ରଥମ ମନ୍ଦିର ହୋଇଥିବାରୁ ପବିତ୍ର ରଥଯାତ୍ରା ବ୍ୟତୀତ ପ୍ରଭୁ ଜଗନ୍ନାଥଙ୍କ ଉଦେ୍ଦଶ୍ୟରେ ଆଉ କିଛି ଉତ୍ସବ ଆୟୋଜନ କରିବାକୁ ଶ୍ରୀ ଜଗନ୍ନାଥ ସୋସାଇଟି ଯୋଜନା କରୁଥିବାର କନଭେନର ଜ୍ଞାନୀନ୍ଦ୍ର ମିଶ୍ର ଜଣାଇଛନ୍ତି ।

Leave a Reply