Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୬-ଜି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୬-ଜି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତ

ନୂଆଦିଲ୍ଲୀ: ଭାରତରେ ମାତ୍ର କିଛି ମାସ ତଳେ ୫ଜି ସେବା ଆରମ୍ଭ ହୋଇଛି । କିନ୍ତୁ ଏବେଠାରୁ ୬-ଜି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତ । ଏଥପାଇଁ ଗଠନ ହୋଇଛି ୬ଜି ମେଣ୍ଟ ବା ଆଲାଏନ୍ସ । ଏହା ହେଉଛି ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର, ଜାତୀୟ ଅନୁସନ୍ଧାନ ଅନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ଏକ ମେ ଯାହାକି ମିଳିତ ଭାବେ ଦେଶରେ ୬ଜି ବିକଶିତ କରିବାକୁ ଉଦ୍ୟମ କରିବ । ୬ଜି ଆଲାଏନ୍ସ ଭାରତରେ ୬ଜି ଇ ରନେଟ୍ ଆରମ୍ଭକରିବା ଦିଗରେ ଆରମ୍ଭ କରିଛି । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଏକ କାର୍ଯ୍ୟକ୍ରମରେ ଭାରତ ୬ଜି ଆଲାଏନ୍ସର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଆଇଟି ରାଷ୍ଟ୍ରମନ୍ତ୍ରୀ ଦେବୁ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ । ୬-ଜି ବିକାଶ ସହିତ ଭାରତ ହାଇସ୍ପିଡ୍ ନେଟୱାର୍କ ଦୁନିଆର ଏକ ପ୍ରମୁଖ ଶକ୍ତି ଭାବେ ଉଭା ହେବ । ୬ଜି ଆଲାଏନ୍ସ ଅଧୀନରେ ବିଭିନ୍ନ କ୍ଷେତ୍ରର ସଂସ୍ଥା ୬ଜି ଭିଜନ ଡକୁ୍ୟମେ କୁ ସାକାର କରିବା ଦିଗରେ ସରକାରଙ୍କ ସହ ମିଶି କାମ କରିବେ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଜି ଭିଜନ ଡକୁ୍ୟମେ ଉପସ୍ଥାପନ କରିଥିଲେ । ୬ଜି ଭିଜନ ଅଧୀନରେ ଭାରତକୁ ୬ଜି ଯୋଗାଯୋଗକ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବାକୁ ପଡ଼ିବ । ଏହା ମାଧ୍ୟମରେ କେବଳ ଭାରତରେ ନୁହେଁ ବରଂ ଅନ୍ୟ ଦେଶରେ ମଧ୍ୟ ସୁଲଭ ଏବଂ ଦ୍ରୁତ ୬ଜି ଇ ରନେଟ୍ ଯୋଗାଇବା ପାଇଁ ଉଦ୍ୟମ କରାଯିବ ।

Leave a Reply