Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧୩ରେ "ଚନ୍ଦ୍ରଯାନ-୩ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧୩ରେ “ଚନ୍ଦ୍ରଯାନ-୩

ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ- ୩’ର ଉତକ୍ଷେପଣ ଆସନ୍ତା ଜୁଲାଇ ୧୩ରେ ହେବ । ଏ ସଂପର୍କରେ ଭାରତୀୟ ମହାକାଶ ବିକାଶ ସଂସ୍ଥା ଇସ୍ରୋ ମୁଖ୍ୟ ଏସ୍.ସୋମନାଥ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଜୁଲାଇ ୧୩ରେ ଉତକ୍ଷେପଣ ପାଇଁ ଉଦ୍ୟମ କରାଯିବ । ପରିସ୍ଥିତି ଅନୁସାରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଉତକ୍ଷେପଣ ପାଇଁ ଉଦ୍ୟମ ଜାରି ରହିବ । ଏଥର ଚନ୍ଦ୍ରଯାନ ଚନ୍ଦ୍ରରେ ସଫ୍ଟ ଲାଣ୍ଡିଂ କରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି । ଜିଏସଏଲଭି ମାର୍କ-୩ ଉତକ୍ଷେପଣ ଯାନ ସାହାଯ୍ୟରେ ‘ଚନ୍ଦ୍ରଯାନ-୩’କୁ ମହାକାଶକୁ ପଠାଯିବ । ଏହାକୁ ସଫଳ କରିବା ପାଇଁ ଇସ୍ରୋ ପକ୍ଷରୁ ଅନେକ ପ୍ରସ୍ତୁତି କରାଯାଇଛି । ଲ୍ୟାଣ୍ଡର ଓ ଅନ୍ୟାନ୍ୟ ଉପକରଣର ଗଭୀର ପରୀକ୍ଷଣ କରାଯାଇଛି । ସମଗ୍ର ପ୍ରକ୍ରିୟାକୁ ଫେପପ୍ରୁଫ (ଯେମିତି ବିଫଳ ହେବ ନାହିଁ) କରାଯାଇଛି, ଯାହାଦ୍ୱାରା ମିଶନକୁ ସର୍ବନିମ୍ନ କ୍ଷତି ସହ ସଫଳ କରାଯାଇପାରିବ । ୨୦୧୯ ସେପ୍ଟେମ୍ବରରେ ‘ଚନ୍ଦ୍ରଯାନ-୨’ ଅଭିଯାନ ସମୟରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ର ପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତ ପାଇଁ ଏହା ଏକ ବଡ଼ ଝଟକା ଥିଲା । ଚନ୍ଦ୍ରରେ ଅବତରଣ ପାଇଁ ଆମର ପ୍ରଥମ ପ୍ରୟାସ ବିଫଳ ହୋଇଥିଲା । ଏହାପରେ ‘ଚନ୍ଦ୍ରଯାନ-୩’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କିନ୍ତୁ ଏଥର ଚନ୍ଦ୍ରଯାନ ସଫଳତାର ସହ ଓହ୍ଲାଇବାକୁ ସକ୍ଷମ ହେବ ବୋଲି ଇସ୍ରୋ ମୁଖ୍ୟ ଆଶା କରିଛନ୍ତି ।

Leave a Reply