Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମେଡିକାଲ ସଫଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମେଡିକାଲ ସଫଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ

ବାଲେଶ୍ୱର: ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ (ବିଏମଏସ) ଅନୁବନ୍ଧିତ ବାଲେଶ୍ୱର ମେଡିକାଲ ସଫେଇ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ ଆରମ୍ଭ ହୋଇଛି । ସୋମବାର ସକାଳେ ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ସହ ଜିଲା ମୁଖ୍ୟ ଚିକିସôାଳୟ ପରିସରରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ୩ ବର୍ଷରୁ ଅଧିକ କାଳ ସେମାନେ ‘ହେରାଲ୍ଡ ମେନପାୱାର ଏଣ୍ଡ ପ୍ଲେମେଣ୍ଟ ସର୍ଭିସ’ ନାମକ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରିଆସୁଛନ୍ତି । ସେମାନଙ୍କୁ ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରିରୁ ଦୈନିକ କର୍ମ ଅର୍ଥ ମିଳୁଥିବା ବେଳେ ଇଏସଆଇ ଓ ପିଏଫ ଭୁକ୍ତ କରାଯାଉ ନାହିଁ କିମ୍ବା ମାସିକ ଛୁଟି ମଧ୍ୟ ଦିଆଯାଉ ନାହିଁ । ଓଡ଼ିଶା ଠିକା ଶ୍ରମିକ ଆଇନକୁ ଉଲଂଘନ କରି ଏହି ସଂସ୍ଥା ସେମାନଙ୍କୁ ଏକ ପ୍ରକାର ଶୋଷଣ କରୁଛି ବୋଲି ଧାରଣାରତ ସଫେଇ କର୍ମଚାରୀମାନେ ଆରୋପ କରିଛନ୍ତି । ଏନେଇ ପୂର୍ବରୁ ସଂଘ ପକ୍ଷରୁ ଜିଲା ଶ୍ରମ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ବି ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ ନ ହେବାରୁ ଶେଷରେ ଆନେ୍ଦାଳନ ପାଇଁ ଚରମ ନିଷ୍ପତ୍ତି ନିଆଯାଇଥିବା ସେମାନେ ସୂଚନା ଦେଇଛନ୍ତି । ସଂଘର ସଭାପତି ନନ୍ଦରାଣୀ କର, ସମ୍ପାଦକ ହିମାଂଶୁ ଶେଖର ବେରାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଆନେ୍ଦାଳନରେ ବିଏମଏସର ଜିଲା ସମ୍ପାଦକ ଅରୂପ କୁମାର ନାୟକ ଯୋଗଦେଇ ସମସ୍ତଙ୍କୁ ମାର୍ଗ ଦର୍ଶନ କରାଇଥିଲେ । ଏହି ପରିପ୍ରେକ୍ଷୀରେ ଏକ ସ୍ମାରକପତ୍ର ସିଡିଏମଓଙ୍କୁ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମାନସ ପାତ୍ର, ଆରତୀ ମାଝୀ, ମାଳତୀ ମହାଳିକ, ଦେବାଶିଷ ଘଡ଼େଇ, ପ୍ରଶାନ୍ତ ଦତ୍ତ, ସୁନ୍ଦର ମାଝୀ ପ୍ରମୁଖ ଏହି କାର୍ଯ୍ୟବନ୍ଦ ଆନେ୍ଦାଳନ ଓ ଧାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply