Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଜ୍ଞାପନ ଖର୍ଚ୍ଚର ହିସାବ ଦିଅ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଜ୍ଞାପନ ଖର୍ଚ୍ଚର ହିସାବ ଦିଅ

ନୂଆଦିଲ୍ଲୀ, : ଦିଲ୍ଲୀ ଏନସିଆର ରାପିଡ୍ ରେଲ ପ୍ରୋଜେକ୍ଟକୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କଡା ଭର୍ସନା କରିଛନ୍ତି । ଜଷ୍ଟିସ୍ ଏସକେ କୌଲ ଏବଂ ସୁଧାଂଶୁ ଧୂଲିଆଙ୍କ ଖଣ୍ଡପୀଠ ସୋମବାର ମାମଲାର ଶୁଣାଣି କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିନି ବର୍ଷର ହିସାବ ମାଗିଛନ୍ତି କୋର୍ଟ । ଦିଲ୍ଲୀ ସରକାରଙ୍କ ଓକିଲ ଖଣ୍ଡପୀଠକୁ ଅର୍ଥର ଅଭାବ ଥିବା କଥା କହିଥିଲେ । ସରକାର ଏହି ପ୍ରୋଜେକ୍ଟ ପାଇଁ ଟଙ୍କା ଦେବାକୁ ଅସମର୍ଥ ଅଟନ୍ତି । ଏହା ଉପରେ କୋର୍ଟ କହିଥିଲେ, “ଆପଣ ·ହୁଁଛନ୍ତି ଯେ ଆପଣ ଟଙ୍କା କେଉଁଠି ଖର୍ଚ୍ଚ କରୁଛନ୍ତି ତାହା ଆମେ ଜାଣୁ । ବିଜ୍ଞାପନ ପାଇଁ ରଖାଯାଇଥିବା ସବୁ ଧନରାଶିକୁ ଏହି ପରିଯୋଜନା ପାଇଁ ଡାଇଭର୍ଟ କରାଯାଉ । ଆପଣ ଏହି ପ୍ରକାର ନିଦେ୍ର୍ଦଶ ·ହୁଛନ୍ତି ?’ ସୁପ୍ରିମକୋର୍ଟ ଦିଲ୍ଲୀ ସରାକାରଙ୍କୁ ଭର୍ସନା କରି କହିଛନ୍ତି ଯେ ଆପଣଙ୍କ ପାଖରେ ବିଜ୍ଞାପନ ଉପରେ ଖର୍ଚ୍ଚ କରିବା ପାଇଁ ଟଙ୍କା ରହିଛି । କିନ୍ତୁ ରେଳ ପ୍ରୋଜେକ୍ଟ ପାଇଁ ନାହିଁ । ଦିଲ୍ଲୀ ସରକାରଙ୍କୁ ତିନି ବର୍ଷର ବଜେଟ୍ ବିବରଣୀ ମାଗିଛନ୍ତି କୋର୍ଟ । ଏହାସହ ଗତ ତିନି ବର୍ଷରେ ଦିଲ୍ଲୀ ସରକାର ବିଭିନ୍ନ ପରିଯୋଜନାର ବିଜ୍ଞାପନରେ କେତେ ଖର୍ଚ୍ଚ କରିଛନ୍ତି ତାହାର ସୂଚନା ଦେବାକୁ କହିଛନ୍ତି । ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି, “ଯଦି ଆପଣଙ୍କ ପାଖରେ ବିଜ୍ଞାପନ ପାଇଁ ଖର୍ଚ୍ଚ କରିବାକୁ ଟଙ୍କା ଅଛି ଚେବେ ଏପରି ପ୍ରୋଜେକ୍ଟ ପାଇଁ କାହିଁକି ନାହିଁ, ଯେଉଁଥିରେ ସଠିକ୍ ପରିବହନ ସୁନିଶ୍ଚିତ ହୋଇପାରିବ’ । ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ-ମେରଠ ରିଜନଲ ରାପିଡ୍ ଡ୍ରାଞ୍ଜିଟ୍ ସିଷ୍ଟମ ଏକ ସେମି ହାଇସ୍ପିଡ୍ ରେଲ କରିଡର ଅଟେ । ଏହାର ର୍ନିମାଣ କାର୍ଯ୍ୟ ଜାରି ରହିଛି

Leave a Reply