Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମଣିପୁର ହିଂସା ପଛରେ ବିଦେଶୀ ଗୋଷ୍ଠୀର ହାତ ଅଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମଣିପୁର ହିଂସା ପଛରେ ବିଦେଶୀ ଗୋଷ୍ଠୀର ହାତ ଅଛି

‘ ମଣିପୁର : ମେ’ ୩ରୁ ଆଦିବାସୀ ଓ ଅଣ ଆଦିବାସୀ ସଂଘର୍ଷ ଯୋଗୁ ଅଣାୟାତ୍ତ ହୋଇ ପଡ଼ିଥିବା ମଣିପୁର ସ୍ଥିତିକୁ ସ୍ୱାଭାବିକ କରିବାରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ବିଫଳ ହୋଇଛନ୍ତି । କିନ୍ତୁ ଶ୍ରୀ ସିଂହ ପୂରା ହିଂସା ଘଟଣାକୁ ନୂଆ ମୋଡ଼ ଦେବାକୁ ଉଦ୍ୟମ କରିଛନ୍ତି । ସେ ମଣିପୁର ହିଂସାଙ୍କୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କହିଥିବା ବେଳେ ଏହା ପଛରେ କୌଣସି ବିଦେଶୀ ଗୋଷ୍ଠୀର ହାତ ଥିବା ସଙ୍କେତ ଦେଇଛନ୍ତି । ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, “ମଣିପୁର ପଡ଼ୋଶୀ ମିଆଁମାରକୁ ଲାଗିଛି । ଚାଇନା ସହ ଏହା ସୀମା ଶେୟାର କରୁଛି । ପ୍ରାୟ ୩୯୮ କିମି ସୀମାନ୍ତ ଅଞ୍ଚଳ ଅନଗାର୍ଡ ହୋଇ ରହିଛି । ଆମ ଫ୍ରଣ୍ଟିୟର୍ସରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । କିନ୍ତୁ ଏତେ ବଡ଼ ଅଞ୍ଚଳକୁ କଭର କରିବା ଆଦୌ ସମ୍ଭବ ନୁହେଁ । ତଥାପି ଯାହା ସବୁ ଘଟୁଛି, ଆମେ ଏହାକୁ ଅସ୍ୱୀକାର କରୁ ନାହୁଁ । ଲାଗୁଛି ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର । ହେଲେ ଏହା ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇନି । କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ସବୁ ପ୍ରକାରର ଉଦ୍ୟମ କରୁଛନ୍ତି । ମୁଁ ନିଜେ ମୋର କୁକି ଭାଇ ଓ ଭଉଣୀମାନଙ୍କ ସହ ଆଜି ଫୋନରେ କଥା ହୋଇଛି । ସେମାନଙ୍କୁ କ୍ଷମା ଦେଇ ଭୁଲି ଯିବାକୁ ଆହ୍ୱାନ ଦେଇଛି ।” ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମଣିପୁର ଗସ୍ତରେ ଯାଇଥିଲେ । ଏହା ଉପରେ ମଧ୍ୟ ଏନ ବୀରେନ ସିଂହ ମତ ରଖିଛନ୍ତି । ସେ ରାହୁଲଙ୍କ ଗସ୍ତ ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓ ଏହା ରାଜନୀତିକ ଏଜେଣ୍ଡାର ଅଂଶ ବିଶେଷ ବୋଲି ଅଭିଯୋଗ କରିଛନ୍ତି । ସେ କହିଛନ୍ତି, “ଆମେ କାହାକୁ ଅଟକାଇ ପାରିବୁ ନାହିଁ । କିନ୍ତୁ ସମୟକୁ ଥରେ ଦେଖନ୍ତୁ । ୪୦ ଦିନ ବିତିଗଲାଣି । ସେ କାହିଁକି ଶୀଘ୍ର ଆସିଲେ ନାହିଁ । ସେ ଜଣେ କଂଗ୍ରେସ ନେତା । କିନ୍ତୁ କେଉଁ କ୍ଷମତାରେ ସେ ମଣିପୁର ଗସ୍ତରେ ଆସିଲେ? ମୁଁ ଭାବୁଛି ଗସ୍ତର ସମୟ ଠିକ ନଥିଲା । ଲାଗୁଛି ସେ ରାଜନୀତିକ ଏଜେଣ୍ଡା ଧରି ଏଠାକୁ ଆସିଥିଲେ । ସେ ଏଠାକୁ ଆସିଲେ ଓ ମାର୍କେଟରେ ହିଂସାତ୍ମକ ପରିସ୍ଥିତି ଘଟିଲା । ବିଜେପି ଅଫିସ ଉପରେ ଆକ୍ରମଣ ହେଲା । ସେ ରାଜ୍ୟର ସ୍ଥିତିକୁ ଦେଖି ଆସିଥିଲେ ନା ରାଜନୀତିକ ସ୍ୱାର୍ଥ ସାଧନ ପାଇଁ ଆସିଥିଲେ? ସେ ଯେଉଁଭଳି ଏଠାକୁ ଆସିଥିଲେ, ତା’କୁ ମୁଁ ଆଦୌ ସମର୍ଥନ କରୁନି ।” ମେ’ ୩ରୁ କୁକି ଓ ମୈତୈ ସଂପ୍ରଦାୟର ସଂଘର୍ଷ ଯୋଗୁ ମଣିପୁରରେ ବ୍ୟାପକ ହିଂସାକାଣ୍ଡ ଘଟିବାରେ ଲାଗିଛି । ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ହଜାର ଲୋକ ବିସ୍ଥାପିତ ହୋଇ ରିଲିଫ କ୍ୟାମ୍ପରେ ରହୁଛନ୍ତି ।

Leave a Reply