ଆପୋଲୋ ହସ୍ପିଟାଲ୍ ଦ୍ୱାରା ସରକାରଙ୍କ ଶ୍ରମବିଭାଗକୁ ଉପହାସ -ଭାରତୀୟ ମଜଦୁର ସଂଘର ଗଣଧାରଣା ଡାକରା

ଭୁବନେଶ୍ୱର:ରାଜ୍ୟରେ ଗରିବ ଜନସାଧାରଣଙ୍କୁ ଜରୁରୀ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଓ ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଇତ୍ୟାଦି ସର୍ତ୍ତରେ ଜମି ଓ ଅନ୍ୟାନ୍ୟ ସୁବିଧା ପାଇଥିବା ଆପୋଲୋ ହସ୍ପିଟାଲ ଆଜି ନିଜର ଲାଭାଂଶ ବୃଦ୍ଧିକରିବା ସହିତ ଗରିବ ଜନସାଧାରଣ ତଥା ନିଯୁକ୍ତି ହୋଇଥିବା କର୍ମ·ରୀଙ୍କୁ ଶୋଷଣ କରିବା କାମ କରୁଛି । ଶ୍ରମବିଭାଗର ନିଦେ୍ର୍ଦଶକୁ ପାଳନ କରୁନାହିଁ । ନିକଟ ଅତୀତରେ ଭାରତୀୟ ମଜଦୁର ସଂଘଶ୍ରମିକ ନିର୍ଯ୍ୟାତନା ବନ୍ଦ କରିବା, ଜନସାଧାରଣଙ୍କୁସରକାରୀ ନିୟମ ଅନୁସାରେସ୍ୱାସ୍ଥ୍ୟସୁବିଧା ଯୋଗାଇଦେବା ଆଦି ଦାବିନେଇ ଧାରଣା ପ୍ରଦର୍ଶନ କରିବା ପାଇଁସୂଚନା ଦେଇଥିଲେ । ଶ୍ରମବିଭାଗର ହସ୍ତକ୍ଷେପ ଫଳରେ ତାହା ତ୍ରିପାକ୍ଷୀୟ ବୁଝାମଣାସହ ଧାରଣା ପ୍ରଦର୍ଶନ ପ୍ରତ୍ୟାହୃତ ହୋଇଥିଲା । ବୁଝାମଣା ମୁତାବକ ୨୯ତାରିଖ ସୁଦ୍ଧାସଂଘର ଦାବି ପୂରଣ ହେବା କଥା କିନ୍ତୁବଡ଼ ଦୁର୍ଭାଗ୍ୟର ବିଷୟ ତାହା ଆପୋଲୋ କତ୍ତୃପକ୍ଷ ପାଳନ କରିନାହାନ୍ତି । ଯାହା ଶ୍ରମିକ ତଥା ଗରିବ ଜନସାଧାରଣମାନଙ୍କ ପାଇଁ ଉପହାସ ସଦୃଶ୍ୟ । କିଛି ଅସାଧୁ ଶ୍ରମିକନେତା ଓ ରାଜନେତାଙ୍କ ଅନୈତିକ ଅନୁକମ୍ପା ଆପୋଲୋହସ୍ପିଟାଲ ପ୍ରତି ଥିବାରୁ ଏହାର ସମ୍ଭବ ହେଉଛି ବୋଲି ସଂଘର ରାଜ୍ୟ ସଭାପତିଶ୍ରୀ ପୃଥିରାଜ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଜଣେଇଛନ୍ତି । ସରକାରଙ୍କ ଜନକଲ୍ୟାଣ ଯୋଜନା ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ଥ ହେରଫେର ସହିତ ଉପଯୁକ୍ତ ଚିକିସôା ମଧ୍ୟ ଦେଉନଥିବାରୁ ସରକାର ବଦନାମ ହେଉଛନ୍ତି । ହସ୍ପିଟାଲ ପ୍ରତିଷ୍ଠା ପାଇଁ ଥିବା ସ୍ୱାସ୍ଥ୍ୟବିଭାଗର ନିଦେ୍ର୍ଦଶନାମାକୁ ପାଳନ କରାଯାଉନାହିଁ ତେଣୁ ଏହାର ପ୍ରତିବାଦ ରେ ଆସନ୍ତା ତା୦୭.୦୭.୨୦୨୩ରିଖ ଶୁକ୍ରବାର ଦିନ ଠାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଂଘ ଗଣାଧାରଣା ଜାରି ରଖିବ ବୋଲି ଭାରତୀୟ ମଜଦୁର ସଂଘର ଉପ-ସାଧାରଣ ସମ୍ପାଦକ ଶ୍ରୀଶାନ୍ତନୁ କୁମାର ମହାପାତ୍ର ଆଜିରଏହି ସମ୍ମିଳନୀରେ ପ୍ରକାଶକରିବାସହିତ ଆପୋଲୋ ହସ୍ପିଟାଲର ଏହି ଶୋଷଣ ବୃତ୍ତିକୁ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମଜଦୁର ସଂଘର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ଗିରିଶଚନ୍ଦ୍ର ମହାନ୍ତି, ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ପାର୍ଥସାରଥୀ ମହାନ୍ତି ସମ୍ପାଦକ ଶ୍ରୀ ଅକ୍ଷୟ ରାଉତରାୟ, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀଲକ୍ଷ୍ମଣ ଦାସ ତଥା ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *