ଇସଲାମାବାଦ: ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ୱରକୁ ଦମନ କରିବା ପ୍ରକ୍ରିୟା ଜାରି ରହିଛି । ଅହମ୍ମଦିଆ ମୁସଲମାନ ତଥା ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟକୁ ବାରମ୍ବାର ହଇରାଣ କରାଯାଉଥିବା ଖବର ଆସୁଛି । ଏହି ସମୟରେ ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗର ଏକ ନିଦେ୍ର୍ଦଶ ଧାର୍ମିକ ସ୍ୱାଧୀନତାକୁ ନେଇ ଚିନ୍ତା ବଢ଼ାଇଛି । ଏହି କ୍ରମରେ ହୋଲି ଉତ୍ସବକୁ ଦେଶର ଶିକ୍ଷାନୁଷ୍ଠାନରେ ନିଷେଧ କରାଯାଇଛି । ପାକିସ୍ତାନର ମିଡିଆ ଗ୍ରୁପ ଆଜ ନୁ୍ୟଜ ଅନୁଯାୟୀ ଉଚ୍ଚଶିକ୍ଷା ଆୟୋଗ କହିଛନ୍ତି ଦେଶର ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧରୁ ହୋଲି ଉତ୍ସବ ଭଳି କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଏହିପରି ଉତ୍ସବ ଦେଶର ଇସଲାମିକ ପରିଚୟରୁ ଦୂରେଇ ଯିବା ପରି ହେଉଛି । ତେଣୁ ଏହାକୁ ବ୍ୟାନ କରାଯାଇଛି ।