Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଆଇନ ଗୋ ଚାଲାଣ ଘଟଣାରେ ଜଣେ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଆଇନ ଗୋ ଚାଲାଣ ଘଟଣାରେ ଜଣେ ଗିରଫ

ପାଣିକୋଇଲି : ପାଣିକୋଇଲି ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର କେଉଟନଗୁଁଆ ଗ୍ରାମରେ ବେଆଇନ ଗୋ ଚାଲାଣ ଖବର ପାଇ ପାଣିକୋଇଲି ପୁଲିସ ଚଡାଉ କରିବା ସହିତ ଜଣକୁ ଜିରଫ କରି କୋର୍ଟ ଚାଲାଣ କରିଛି । କେଉଟନଗୁଁଆ ଗ୍ରାମରେ ୫୦ରୁ ଊଦ୍ଧ୍ୱର୍ ଗୋରୁ ବାହାର ରାଜ୍ୟକୁ ଚାଲାଣ ପାଇଁ ବନ୍ଧା ହୋଇଥିବାର ଖବର ପାଇ ପାଣିକୋଇଲି ଥାନାଧିକାରିଣୀ ଚିନ୍ମୟୀ ବେହେରାଙ୍କ ନିଦେ୍ର୍ଦଶକ୍ରମେ ଥାନାର ଏଏସଆଇ ପ୍ରତାପ ଚନ୍ଦ୍ର ଗଡ଼ନାୟକ, ମନମୋହନ ବାରିକ, ଗଣେଶ ଲେଙ୍କା ପ୍ରମୁଖ ଚଢାଉ କରିଥିଲେ । ଚଢାଉରେ ୭୭ଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ଥାନାରେ ଏକ ମାମଲା ୧୫୪ ପଞ୍ଜିକୃତ ହୋଇଥିଲା । ଗୋ-ଚାଲାଣର ମାଷ୍ଟର ମାଇଣ୍ଡ ଭୋଳା ଜେନାକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି । ଉଦ୍ଧାର ହୋଇଥିବା ସମସ୍ତ ଗୋରୁଙ୍କୁ ଗୋଶାଳା ପଠାଯାଇଛି ବୋଲି ଥାନା ସୂତ୍ରରୁ ପ୍ରକାଶ ।

Leave a Reply