Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଜୁ ଜନତା ଦଳ ଆଖିରେ ବୋଧହୁଏ ‘ପୁରୀ’ ଅପେକ୍ଷା ‘ଭାଟିକାନ୍‌’ ବେଶି ସୁନ୍ଦର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଜୁ ଜନତା ଦଳ ଆଖିରେ ବୋଧହୁଏ ‘ପୁରୀ’ ଅପେକ୍ଷା ‘ଭାଟିକାନ୍‌’ ବେଶି ସୁନ୍ଦର

ଜଗନ୍ନାଥ ସଂସ୍କୃତି ବିରୋଧୀ ଷଡଯନ୍ତ୍ରକାରୀମାନେ କେବେ ଜେଲ୍ ଯିବେ?
: ଅନିଲ ବିଶ୍ୱାଳ
 ଦୋଷୀମାନଙ୍କୁ ଗିରଫ କରାଯିବା ପାଇଁ ସାରା ରାଜ୍ୟରେ ବିଭିନ୍ନ ସାମାଜିକ ସଂଗଠନମାନେ ଗତ ଦିନମାନଙ୍କରେ ଆନ୍ଦୋଳନ ଓ ପ୍ରତିବାଦ କରୁଛନ୍ତି
 ବିଜୁ ଜନତା ଦଳ ଆଖିରେ ବୋଧହୁଏ ‘ପୁରୀ’ ଅପେକ୍ଷା ‘ଭାଟିକାନ୍‌’ ବେଶି ସୁନ୍ଦର
 ପାଣ୍ଡିଆନ ବାବୁ କେବେ ସ୍ପଷ୍ଟୀକରଣ ଦେବେ ?
ଭୁବନେଶ୍ୱର, ତା.୨୭/୧୨ : ଜଣେ ଗୋମାଂସ ଭକ୍ଷଣକାରୀ ଓ ପ୍ରୋତ୍ସାହନକାରୀଙ୍କୁ ଯେଉଁଭଳି ଭାବେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଇ ଦିଆଗଲା ଓ ତାଙ୍କ ଦ୍ୱାରା ମହାପ୍ରସାଦର ପ୍ରଚାର କରାଇବାର ଅପଚେଷ୍ଟା କରାଗଲା ଏହା ସାରା ଓଡିଶାରେ ସମସ୍ତ ଜଗନ୍ନାଥ ପ୍ରେମୀମାନଙ୍କ ମନରେ ଦୁଃଖ ଦେଇଛି । ଏହି ଘଟଣାରେ ଦୋଷୀମାନଙ୍କୁ ଗିରଫ କରାଯିବା ପାଇଁ ସାରା ରାଜ୍ୟରେ ବିଭିନ୍ନ ସାମାଜିକ ସଂଗଠନମାନେ ଗତ ଦିନମାନଙ୍କରେ ଆନ୍ଦୋଳନ ଓ ପ୍ରତିବାଦ କରୁଛନ୍ତି । ଥାନାରେ ଏତଲା ମଧ୍ୟ ସାଧାରଣ ଲୋକମାନେ ଦେଲେଣି କିନ୍ତୁ ରାଜ୍ୟ ସରକାର ଏନେଇ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି । ଶ୍ରୀମନ୍ଦିରରେ ଗୋମାଂସ ଭକ୍ଷଣକାରୀଙ୍କୁ ପ୍ରବେଶ କରାଯାଇ ସରକାରୀ ସ୍ତରରେ ଠିକ୍ କରାଯାଇଛି ନା ଭୁଲ୍ କରାଯାଇଛି ଏହା ସ୍ପଷ୍ଟ କରିବା ପାଇଁ ବୋଧହୁଏ ରାଜ୍ୟ ସରକାରଙ୍କର ସତ୍‌ସାହସ ଜୁଟୁ ନାହିଁ । ଆଜି ବିଜେଡି ସରକାର କିଛି ସନାତନ ବିରୋଧୀ, ଜଗନ୍ନାଥ ସଂସ୍କୃତି ବିରୋଧୀ ତତ୍ୱମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ଯଦି ସେହି ଷଡଯନ୍ତ୍ରକାରୀମାନେ କେବେ ଜେଲ୍ ଯିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଯଦି ସେହି ଷଡଯନ୍ତ୍ରକାରୀମାନଙ୍କୁ ଜେଲ୍‌ରେ ନପୁରା ଯାଏ ତାହାଲେ ଏହା ପ୍ରମାଣିତ ହେବ ଯେ, ବିଜେଡି ସରକାର ପାଖରେ ମହାପ୍ରଭୁ ଜଗନ୍ନାଥଙ୍କ ଅପେକ୍ଷା ବୋଧହୁଏ ଭିକେ ପାଣ୍ଡିଆନ ବେଶି ଗୁରୁତ୍ୱପୂର୍ଣ୍ଣ । ଦିନେ ପୁରୀ ସାଂସଦ ପିନାକୀ ମିଶ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବନ୍ତି ଭାଟିକାନ୍ ବହୁତ ସୁନ୍ଦର । ତାଙ୍କର ଭିଜନ ଅଛି ପୁରୀକୁ ସୁନ୍ଦର କରିବା ପାଇଁ । ଏଠାରେ ପ୍ରଶ୍ନ ଉଠୁଛି, ବିଜୁ ଜନତା ଦଳ ଆଖିରେ ବୋଧହୁଏ ପୁରୀ ଅପେକ୍ଷା ଭାଟିକାନ୍ ବେଶି ସୁନ୍ଦର । ଏହା ଓଡ଼ିଶା ପାଇଁ ଏକ ଲଜ୍ଜ୍ୟାଜନକ କଥା । ଗତକାଲି ଜଣେ ସେବାୟତ ଗଣମାଧ୍ୟମ ଆଗରେ ଶ୍ରୀମନ୍ଦିର ପାଖରେ ଶୌଚାଳୟ ହୋଇଥିବାରୁ ଗନ୍ଧ ଆସୁଛି ବୋଲି କହିଥିଲେ । ସେହି ଭିଡିଓରେ ଅନେକ ଜଗନ୍ନାଥପ୍ରେମୀ ନିଜର ଉଦ୍‌ବେଗ ବଡ ଦୁଃଖର ସହ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନାକୁ କେଉଁସ୍ତରକୁ ନେବା ପାଇଁ ଚାହୁଁଛନ୍ତି ତାହାକୁ ନେଇ ସାରା ଓଡ଼ିଶାରେ ଚିନ୍ତା ବଢ଼ିଛି ।
ତାମିଲନାଡୁର ଜଣେ ପ୍ରଭାବଶାଳୀ ନେତା ଉଦୟନାଥ ଷ୍ଟାଲିନ୍ ଦିନେ କହିଥିଲେ, ସନାତନ ଧର୍ମ ହେଉଛି ଡେଙ୍ଗୁ ଓ ମ୍ୟାଲେରିଆ । ଆଜି ବିଜୁ ଜନତା ଦଳ ସେହି ମାନସିକତାରେ ଚାଲୁ ନାହିଁ ତ? କାରଣ କାମିଆ ଜାନିଙ୍କ ସ୍ପଷ୍ଟୀକରଣର ଭିଡିଓକୁ ବିଜେଡିର ସାଂସଦମାନେ ସଗର୍ବେ ନିଜର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀମନ୍ଦିରରେ ପଶିଥିବା ଗୋମାଂସ ଭକ୍ଷଣକାରୀଙ୍କ ସପକ୍ଷରେ ଯୁକ୍ତି କଲେ । ଏଠାରେ ପ୍ରଶ୍ନଉଠୁଛି ଯେ, ସେହି ଘଟଣାରେ ମୁଖ୍ୟଭୂମିକାରେ ଥିବା ପାଣ୍ଡିଆନ ବାବୁ କେବେ ସ୍ପଷ୍ଟୀକରଣ ଦେବେ ? ଉଦୟନାଥ ଷ୍ଟାଲିନ୍‌କୁ ଓଡ଼ିଶା ଆଣିଥିବା ବ୍ୟକ୍ତିମାନେ କେବେ ବି ସେମାନଙ୍କର ମନ୍ଦ ଉଦ୍ଦେଶ୍ୟରେ ସଫଳ ହେବେ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ ।

Leave a Reply